Latest Odisha News

କରୋନା ଅପଡେଟ୍: ଏଯାଏଁ ସରିଛି ୬୧ ଜଣଙ୍କ ରକ୍ତ ନମୂନା ପରୀକ୍ଷା

ଭୁବନେଶ୍ୱର: କରୋନା ସ୍ଥିତି ନେଇ ତାଜା ଅପ୍ଡେଟ୍ ଦେଇଛନ୍ତି ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ଏଯାଏଁ ୬୧ ଜଣଙ୍କ ରକ୍ତ ନମୂନା ପରୀକ୍ଷା ସରିଛି । ସେଥିମଧ୍ୟରୁ ସମସ୍ତଙ୍କ ନେଗେଟିଭ ଆସିଥିବା ବେଳେ ଜଣଙ୍କ ପଜିଟିଭ ରହିଥିବା ବାଗଚୀ ସୂଚନା ଦେଇଛନ୍ତି ।
ସେହିପରି ବାହାରୁ ଆସିଥିବା ୨୬୨୬ ଜଣ ସରକାରୀ ଅନଲାଇନ୍ ପୋର୍ଟାଲରେ ପଞ୍ଜୀକରଣ କରାଇଛନ୍ତି । ୨୪ ଘଂଟା ମଧ୍ୟରେ ୧୦୪ ନମ୍ବରକୁ ୧୨ ହଜାର ଫୋନ କଲ୍ ଆସିଛି । ସେହିପରି ମାଟ୍ରିକ ପରୀକ୍ଷାର ଖାତାଦେଖାକୁ ସ୍ଥଗିତ ରଖାଯାଇଛି ବୋଲି ବାଗଚୀ କହିଛନ୍ତି ।

Leave A Reply

Your email address will not be published.