Latest Odisha News

BREAKING NEWS

କରୋନା ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ସିଲ୍ ହେଲା ଗେଷ୍ଟହାଉସ୍ !

ଭୁବନେଶ୍ୱର: ଘାତକ କରୋନା ଭାଇରସ ସଂକ୍ରମଣକୁ ରାଜ୍ୟରେ ରୋକିବା ଲାଗି ଓଡ଼ିଶା ସରକାର ଯୁଦ୍ଧକାଳୀନ ଭିତ୍ତିରେ ଦୃଢ ପଦକ୍ଷେପ ଗ୍ରହଣ କରିଥିବା ସହିତ ଲଢେଇ ଜାରି ରଖିଛନ୍ତି । ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ କରୋନା ଭାଇରସ ସଂକ୍ରମଣ ଲାଗି ବିଭିନ୍ନ ଗେଷ୍ଟ ହାଉସ ଓ ହୋଟେଲ ଲାଗି କଟକଣା ସହିତ ନିର୍ଦ୍ଦେଶାବଳୀ ଜାରି କରିଥିଲେ । ବିଏମସିର ଏହି ନିର୍ଦ୍ଦେଶାନାମାରେ ଥିବା ନିୟମକୁ ଉଲ୍ଲଂଘନ କରିଥିବା ଯୋଗୁଁ ଏପର୍ଯ୍ୟନ୍ତ ୬ଟି ଗେଷ୍ଟହାଉସକୁ ସିଲ୍ କରିଦିଆଯାଇଛି ।

ରାଜ୍ୟ ସରକାର କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣ ରୋକିବା ଲାଗି ଯେଉଁ ନିର୍ଦ୍ଦେଶ ଜାରି କରିଥିଲେ ଏହିସବୁ ଗେଷ୍ଟହାଉସ ଗୁଡ଼ିକ ନିୟମ ଉଲ୍ଲଂଘନ କରିଥିବା ଜଣାପଡ଼ିଛି ।

ଯେଉଁ ଗେଷ୍ଟହାଉସ ଗୁଡ଼ିକ ସିଲ୍ ହୋଇଛି ସେଗୁଡ଼ିକ ହେଲା – ଅଶୋକନଗରରେ ଥିବା କେୟାର୍ ଗେଷ୍ଟ ହାଉସ ଏବଂ ଦିଲ୍ଲିପ ଗେଷ୍ଟ ହାଉସ, ଟଙ୍କପାଣିରୋଡ ଏବଂ ବିଜେବି ନଗରରେ ଥିବା ଓୟୋ ଗେଷ୍ଟ ହାଉସ, ଜୟଦେବ ବିହାରରେ ଥିବା ଏସଆରଏସ ଗେଷ୍ଟ ହାଉସ ଏବଂ ଗାଡ଼କଣରେ ଥିବା ଓୟୋ ରୁମ୍ସ ।

Leave A Reply

Your email address will not be published.