Latest Odisha News

କରୋନାକୁ ଚାଇନିଜ ଭାଇରସ କହିଲେ ଟ୍ରମ୍ପ, ଚୀନର ବିରୋଧ

ନୂଆଦିଲ୍ଲୀ :ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନାକୁ ଚାଇନିଜ ଭାଇରସ କହବା ପରେ ବିବାଦ ଉପୁଜିଛି । ଚୀନ ତାଙ୍କର ଏହି ମନ୍ତବ୍ୟକୁ ତୀବ୍ର ବିରୋଧ କରିଛି । ଚୀନ୍‌ର ବିରୋଧ ସତ୍ତ୍ବେ ଟ୍ରମ୍ପ ଏହାକୁ ଚାଇନାର ଭୂତାଣୁ ବୋଲି କହୁଛନ୍ତି। ଯାହାକୁ ନେଇ ଚୀନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି। ଆମେରିକା ଚୀନକୁ ଅଙ୍ଗୁଳି ଦେଖାଇବା ପୂର୍ବରୁ ନିଜ କାମ ଉପରେ ଧ୍ୟାନ ଦେଉ ବୋଲି ଚୀନ ବୈଦେଶିକ ମନ୍ତ୍ରଣାଳୟ କହିଛି ।ଗୋଟିଏ ପଟେ ସମଗ୍ର ବିଶ୍ୱ କରୋନା ଭୂତାଣୁକୁ ନେଇ ଆତଙ୍କିତ ହୋଇପଡ଼ିଥିବା ବେଳେ ଏହାକୁ ନେଇ ଚୀନ ଓ ଆମେରିକା ପରସ୍ପରକୁ ଦୋଷାରୋପ କରୁଥିବା ଦେଖାଯାଇଛି। କରୋନା କେଉଁଠାରେ ବିସ୍ତାର କଲା ଏବଂ ଏଥିପାଇଁ କିଏ ଦାୟୀ?  ଏହି ଆରୋପ ପ୍ରତ୍ୟାରୋପ ଭିତରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏଥିପାଇଁ ଚୀନକୁ ଦାୟୀ କରିଛନ୍ତି

ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଝାଓ ଲିଜିନ୍ ଆମେରିକାର ସୈନ୍ୟବାହିନୀକୁ କରୋନା ପାଇଁ ଦାୟୀ କରିଛନ୍ତି। ସେ ଏହାକୁ ଏକ ଷଡଯନ୍ତ୍ର ବୋଲି କହିଛନ୍ତି । ସେ କହିଛନ୍ତି ଯେ ଆମେରିକାର ସେନା ଚୀନକୁ ଏହି ଭୂତାଣୁ ଆଣିଥିଲା। ଯାହାକୁ ନେଇ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ଚୀନ୍ ମିଥ୍ୟା ତଥ୍ୟ ପ୍ରକାଶ କରୁଛି ବୋଲି କହିଛନ୍ତି।  ଉଲ୍ଲେଖ ଯୋଗ୍ୟ, କରୋନା ଭୂତାଣୁ(ଭାଇରସ୍) ଚୀନର ଉହାନ ସହରରୁ ସୃଷ୍ଟି ହୋଇଥିଲା।

Leave A Reply

Your email address will not be published.