Latest Odisha News

BREAKING NEWS

କରୋନା ସତର୍କତା: ବ୍ରହ୍ମପୁରରେ ସବୁ ସପିଂ ମଲ୍ ଓ ଶୋ’ରୁମ୍ ବନ୍ଦ

ବ୍ରହ୍ମପୁର: ବ୍ରହ୍ମପୁରରେ କରୋନା ଭୂତାଣୁକୁ ନେଇ ୧୪୪ ଧାରା ଜାରି ପରେ ଏବେ ସବୁ ସପିଂ ମଲ୍ ଓ ଶୋ’ ରୁମ୍‌କୁ ବନ୍ଦ କରାଯାଇଛି । ଏନେଇ ସୋମବାର ଗଂଜାମ ଜିଲ୍ଲା ପ୍ରଶାସନ ତଥା ବ୍ରହ୍ମପୁର ମ୍ୟୁନିସିପାଲଟି କର୍ପୋରେସନ୍ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।
ବ୍ରହ୍ମପୁର ପ୍ରମୁଖ୍ୟ ବ୍ୟବସାୟ ପେଣ୍ଠସ୍ଥଳ ଅନ୍ନପୂର୍ଣ୍ଣା ବଜାର, ବଡ ବଜାର, ସାନ ବଜାର ଓ ମୟୂରୀ ଟାୱାରର ସମସ୍ତ ଶୋ ରୁମ୍‌କୁ ସଟର ବନ୍ଦ କରିବାକୁ କୁହାଯାଇଛି । ଏଥିସହ ଏକାଠି ୫ରୁ ଅଧିକ ଲୋକେ ନରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.