Latest Odisha News

BREAKING NEWS

ଭାରତରେ କରୋନା ମୁକାବିଲା ଲାଗି ସଂଗରୋଧ ହିଁ ଏକମାତ୍ର ଉପାୟ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆସନ୍ତା ୨୧ ଦିନ ପର୍ଯ୍ୟନ୍ତ ସାରା ଦେଶ କରୋନା ଭୂତାଣୁ ସହିତ ଲଢେଇ ଜାରି ରଖିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ସଂସଦୀୟ ବାରଣାସୀ କ୍ଷେତ୍ରର ଜନସାଧାରଣଙ୍କ ସହିତ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କଥାବାର୍ତ୍ତା ହେଉଥିବା ବେଳେ ପ୍ରକାଶ କରିଛନ୍ତି ।

ସାରା ଦେଶ ଏବେ କରୋନା ଭୂତାଣୁ ମହାମାରୀ ସଂକ୍ରମଣ ଜନିତ ସଙ୍କଟଦେଇ ଗତି କରୁଛି । ଏହି ମହାମାରୀରୁ ବର୍ତ୍ତିବାକୁ ହେଲେ ଆମ ସମସ୍ତଙ୍କୁ ସାମାଜିକ ଦୂରତା ରକ୍ଷା କରିବାକୁ ପଡ଼ିବ । ଏହାହିଁ ଏକମାତ୍ର ଉପାୟ । ତେଣୁକରି ସାରାଦେଶରେ ଲକ୍ ଡାଉନ ଘୋଷଣା କରାଯାଇଛି । ଦେଶର ଜନସାଧାରଣ ଏହି ଜନତା କର୍ଫ୍ୟୁ ବା ଲକଡ଼ାଉନ ପାଳନ କରିବା ପୂର୍ବକ ସହଯୋଗ କରିବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।

ଆହୁରିମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଏହି କରୋନା ମହାମାରୀ ଲାଗି ଏପର୍ଯ୍ୟନ୍ତ କୌଣସି ଔଷଧ ବାହାରିନାହିଁ । ବିଶ୍ୱର ବିଭିନ୍ନ ରାଷ୍ଟ୍ରଗୁଡ଼ିକ ସମେତ ଭାରତର ବୈଜ୍ଞାନିକମାନେ ମଧ୍ୟ ଏହାର ଔଷଧ ଉଦ୍ଭାବନ ଲାଗି ପ୍ରଚେଷ୍ଟା ଚଳାଇଛନ୍ତି ।

Leave A Reply

Your email address will not be published.