Latest Odisha News

BREAKING NEWS

ସର୍ଚ୍ଚ ଅପରେଶନ ବେଳେ ନକ୍ସଲଙ୍କ ଗୁଳିରେ ଶହୀଦ ହେଲେ ସିଆରପିଏଫ କନେଷ୍ଟବଳ

ରାୟପୁର:ନକ୍ସଲଙ୍କୁ ଧରିବା ପାଇଁ କରାଯାଉଥିବା ସର୍ଚ୍ଚ ଅପେରେଶନରେ ସୋମବାର ଜଣେ ସିଆରପିଏଫ କନେଷ୍ଟବଲ ଶହୀଦ ହୋଇଛନ୍ତି । ନକ୍ସଲଙ୍କ ସହ ଗୁଳି ବିନିମୟ ବେଳେ ୩୨ ବର୍ଷୀୟ ମାନ୍ନା କୁମାରଙ୍କ ଦେହରେ ଗୁଳି ବାଜିଥିଲା । ଛତିଶଗଡ ବିଜାପୁର ଜିଲାର ଉରିପାଲି ଜଙ୍ଗଲରେ ଏହି ଗୁଳି ବିନିମୟ ହୋଇଥିଲା ।

ଝାଡଖଣ୍ଡର ସାହିବଗଞ୍ଜ ଅଂଚଳର ନିବାସୀ ଅଟନ୍ତି ମାନ୍ନା । ସେ ୧୭୦ ବାଟାଲିୟନ ଟିମରେ ଥିଲେ । କରୋନା ଭାଇରସ ମୁକାବିଲା ନେଇ ସରକାର ବ୍ୟସ୍ତ ଥିବା ବେଳେ ନକ୍ସଲମାନେ ଏହାର ଫାଇଦା ଉଠାଇବା ପାଇଁ କିଛି ଦିନ ହେବ ଯୋଜନା କରୁଛନ୍ତି । ତେବେ ସିଆରପିଏଫର ସତର୍କତା ଯୋଗୁ ଏହା ସମ୍ଭବପର ହେଉ ନାହିଁ ।

Leave A Reply

Your email address will not be published.