Latest Odisha News

ଆସନ୍ତାକାଲିଠୁ ୪୫ ବର୍ଷ ବୟସରୁ ଅଧିକ ଲୋକଙ୍କୁ ଦିଆଯିବ କରୋନା ଟିକା

ନୂଆଦିଲ୍ଲୀ: ଦେଶରେ କରୋନା ବୃଦ୍ଧି ପାଉଥିବା ବେଳେ ଟିକାକରଣ ପ୍ରକ୍ରିୟା ଜାରି ରହିଛି। ଦେଶରେ ଚାଲିଥିବା କରୋନା ଟିକାକରଣ କାର୍ଯ୍ୟକ୍ରମ ଉପରେ ଏକ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି। ଯେଉଁଥିରେ ୪୫ ବର୍ଷ ବୟସରୁ ଅଧିକ ଲୋକଙ୍କୁ ଏପ୍ରିଲ ୧ ରୁ କରୋନା ଟିକା ଦେବାକୁ କୁହାଯାଇଛି।

ଏହାପୂର୍ବରୁ, ୪୫ ବର୍ଷରୁ ଅଧିକ ଲୋକ ଯେଉଁମାନେ ଗୁରୁତର ରୋଗରେ ପୀଡିତ ଥିଲେ ସେମାନେ କରୋନା ଟିକା ନେଉଥିଲେ। କିନ୍ତୁ ବର୍ତ୍ତମାନ ସରକାର ଲୋକମାନଙ୍କୁ ନିବେଦନ କରିଛନ୍ତି ଯେ ୪୫ ବର୍ଷ ଏବଂ ଉକ୍ତ ବୟସରୁ ଅଧିକ ସମସ୍ତ ଲୋକ କରୋନା ଟିକା ପାଇବେ। ଆସନ୍ତାକାଲି ଠାରୁ ଏହାର ପ୍ରକ୍ରିୟା ସାରା ଦେଶରେ ଆରମ୍ଭ ହେବ।

Leave A Reply

Your email address will not be published.