Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଡାକ୍ତର, ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ କଲା ଭିଜିଲାନ୍ସ

କନ୍ଧମାଳ: ଭିଜିଲାନ୍ସ ପଞ୍ଝାରେ ଡାକ୍ତର । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି ଡାକ୍ତର । କନ୍ଧମାଳ ଜ଼ିଲା ଫିରିଙ୍ଗିଆର ଡାକ୍ତର ନିଶିଥ ନିଶାଙ୍କ ମlଲୁ ସାତ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

ପବ୍ଲିକ ହେଲଥ ଅଫିସର୍ ନିଶିଥ ନିଶାଙ୍କ ମlଲୁଙ୍କୁ ଲାଞ୍ଚ ନେବାବେଳେ ରେଡ୍ ହେଣ୍ଡ୍ ଧରିଛି ଭିଜିଲାନ୍ସ । ସୂଚନା ଅନୁସାରେ, ଗତ ମାର୍ଚ୍ଚ ୧୦ ତାରିଖରେ ନିଜର ଅଫିସର କର୍ମଚାରୀ ବେଣୁ ପାଣି ଦିଗାଲ ନିଜର ଟିଏ ଏବଂ ଆର.ଏମ୍.ସି ବିଲ୍ କରିବା ପାଇଁ ହେଲଥ ଅଫିସରଙ୍କୁ ବିଲ କରିଦେବାକୁ ଅନୁରୋଧ କରିଥିଲେ । କିନ୍ତୁ ବକେୟା ବିଲ ପାସ କରିବା ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କୁ ଲାଞ୍ଚ ମାଗିଥିଲେ ଡାକ୍ତର । ଆଗାମୀ ମାର୍ଚ୍ଚ ୩୧ ତାରିଖ ଦିନ ଟଙ୍କା ଆଣିଲେ ବିଲ୍ କରିଦେବେ ବୋଲି କହିଥିଲେ ।

ଏହାପରେ ପୂର୍ବ ଯୋଜନା ମୁତାବକ ଡାକ୍ତର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପକ୍ଷରୁ ଘଟଣାସ୍ଥଳରୁ ଧରାପଡିଛନ୍ତି । ଡାକ୍ତର ନିଶିଥଙ୍କ ଫିରିଙ୍ଗିଆ ଘର ଓ ଭୁବନେଶ୍ବର ସୁନ୍ଦରପଦା ସ୍ଥିତ ଘରେ ମଧ୍ୟ ରେଡ ଚାଲିଛି ।

Leave A Reply

Your email address will not be published.