Latest Odisha News

BREAKING NEWS

ତିନି ହାର୍ଡକର ନକ୍ସଲଙ୍କ ଆତ୍ମସମର୍ପଣ, ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ୮ ବର୍ଷ ଧରି ଥିଲେ ସକ୍ରିୟ 

ମାଲକାନଗିରି: ଲାଲଗୋଡର ଅନ୍ଧାରି ଦୁନିଆକୁ ଛାଡି ମୁଖ୍ୟଶ୍ରୋତକୁ ଫେରିଲେ ନକ୍ସଲ । ତିନି ହାର୍ଡକର ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ମାଲକାନଗିରି ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଦୀର୍ଘ ୮ ବର୍ଷ ଧରି ଏମାନେ ସକ୍ରିୟ ଥିଲେ । ଏସ.ପି ରିସିକେଶ ଖିଲାରି ଓ ବିଏସଏଫ ଡିଆଇଜି ସଞ୍ଜୟ କୁମାର ସିଁଙ୍କ ପାଖରେ ଆଜି ତିନି ଜଣ ନକ୍ସଲ ଆତ୍ମସମର୍ପଣ କରିଥିବା ଜଣାପଡିଛି ।

ଆତ୍ମସମର୍ପଣ କରିଥିବା ତିନି ନକ୍ସଲ ହେଲେ ମାଇନୁ ଖରା, ରାମା ଆବତା ଓ ରଘୁ ଖରା । ମାଇନୁ ଓ ରାମା ନାମକ ଦୁଇ ମାଓ ନେତା ଏସିଏମ ଭାବେ କାର୍ଯ୍ୟ କରୁଥିଲେ । ରଘୁ ଖରା ମାଓବାଦୀ ପାର୍ଟିରେ ପାର୍ଟି ମେମ୍ବର ଭାବେ କାର୍ଯ୍ୟ କରୁଥିଲା । ଏହି ତିନି ଜଣ ଆନ୍ଧ୍ର ଓଡିଶା ବୋର୍ଡର ଷ୍ପେସାଲ ଜୋନାଲ କମିଟିର ମିଲେଟ୍ରୀ ପ୍ଲାଟୁନରେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ ।

ମାଇନୁ ଓ ରାମାର ନିଜ ଘର ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲାରେ ହୋଇଥିବା ବେଳେ ରଘୁର ନିଜ ଘର ସ୍ଵାଭିମାନ ଅଞ୍ଚଳ ବେଜିଙ୍ଗ ଗାଁରେ ବୋଲି ଜଣାପଡିଛି ।

ଚିତ୍ରକୋଣ୍ଡା ଅଞ୍ଚଳରେ ସକ୍ରିୟ ଥିବା ଏହି ନକ୍ସଲଙ୍କ ନାମରେ ପୁର୍ବରୁ ଅନେକ ମାମଲା ରହିଛି । ରାମା ଓ ମାଇନୁଙ୍କୁ ଧରିବା ଲାଗି ପୁର୍ବରୁ ରାଜ୍ୟ ସରକାର ୪ ଲକ୍ଷ ଟଙ୍କାର ପୁରଷ୍କାର ରାଶି ଘୋଷଣା କରିଥିବା ବେଳେ ରଘୁକୁ ଲାଗି ୧ଲକ୍ଷ ଟଙ୍କାର ପୁରଷ୍କାର ରାଶି ଘୋଷଣା କରିଥିଲେ ।

ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ସ୍ବାଭିମାନ ଅଞ୍ଚଳରେ ୪ଟି ବିଏସଏଫ କ୍ୟାମ୍ପ ଓ ଗୋଟିଏ ଥାନା ନିର୍ମାଣ ହୋଇଛି । ସେଠାରେ ପୋଲିସର ଛାଉଣି ହୋଇ ବିକାଶ ଧାରା ଆଗେଇ ଚାଲିଛି । ଯାହାକୁ ତେଲୁଗୁ ମାଓନେତା ବିରୋଧ କରୁଥିବାରୁ ଏମାନେ ସଂଗଠନ ଛାଡି ପୋଲିସ ପାଖରେ ଆତ୍ମ ସମର୍ପଣ କରିଛନ୍ତି ।

Leave A Reply

Your email address will not be published.