Latest Odisha News

BREAKING NEWS

କର୍ପୋରେଟର ଜୀବନ ରାଉତ ଗିରଫ ଘଟଣା: ଜାତୀୟ ରାଜପଥ ଅବରୋଧ କଲା ବିଜେପି କର୍ମୀ

ଭୁବନେଶ୍ଵର: ପୋଲିସ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲା ବିଜେପି। ମଞ୍ଚେଶ୍ୱର ଥାନା ମହିଳା ଏଏସଆଇଙ୍କୁ ଆକ୍ରମଣ କରିବା ଘଟଣାରେ ବିଜେପି କର୍ପୋରେଟର ଗିରଫ ହୋଇଛନ୍ତି। କର୍ପୋରେଟର ଜୀବନ ରାଉତ ଗିରଫ ହେବା ପ୍ରତିବାଦରେ ରାସ୍ତାରୋକ କରିଛନ୍ତି ଜିଲା ବିଜେପି କର୍ମୀ। ଏନେଇ ପୋଲିସ ବିରୋଧରେ ସତ ସଙ୍ଗବିହାର ନିକଟରେ ଉଭୟ ପାର୍ଶକୁ ଅବରୋଧ କରିଛି ବିଜେପି । ଫଳରେ ଶହ ଶହ ଗାଡି ଅଟକି ରହିଛି । ଅକ୍ରୋଶମୂଳକ ଭାବେ ପୋଲିସକୁ ବିଜେପି କର୍ମୀଙ୍କ ବିରୋଧରେ ବିଜେଡି ବ୍ୟବହାର କରୁଥିବା ବିଜେପି ଅଭିଯୋଗ କରିଛି ।

ସୂଚନା ଅନୁସାରେ, ମଞ୍ଚେଶ୍ୱର ଥାନା ଏଏସଆଇ ଅଞ୍ଜନା ବରାଳଙ୍କୁ ୨ଜଣ କର୍ପୋରେଟର ଆକ୍ରମଣ କରିଥିବା କିଛି ଦିନ ତଳେ ଅଭିଯୋଗ ହୋଇଥିଲା । ଏନେଇ ବିଏମସି ୨୯ ନଂ ୱାର୍ଡର କର୍ପୋରେଟର ଜୀବନ ରାଉତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସେ ବ୍ୟବହାର କରୁଥିବା ଦାମୀ ଗାଡିକୁ ମଧ୍ୟ ଜବତ କରାଯାଇଛି ।

ଏହାକୁ ବିରୋଧ କରି ଆନ୍ଦୋଳମନ କରିବା ସହ ପୋଲିସକୁ ସସପେଣ୍ଡ କରିବାକୁ ଦାବି କରିଛି । ଯେଉଁ ପୋଲିସ କର୍ମଚାରୀ ଏପରି କରିଛନ୍ତି ସେହି ପୋଲିସ କର୍ମଚାରୀଙ୍କ ବିରୋଧରେ କଠୋର ପଦକ୍ଷେପ ସହ କର୍ପୋରେଟରଙ୍କୁ ଶୀଘ୍ର ଜେଲରୁ ବାହାର କରିବାକୁ ଦାବି କରିଛନ୍ତି ।

 

Leave A Reply

Your email address will not be published.