Latest Odisha News

ଇମ୍ରାନ ଖାଁଙ୍କ କାର୍ଯ୍ୟକାଳ ଶେଷ ହେବ କି !

କରାଚୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ କାର୍ଯ୍ୟକାଳ ସରି ଆସୁଛି ବୋଲି ରାଜନୈତିକ ବିଶେଷଜ୍ଞମାନେ ଭବିଷ୍ୟବାଣୀ କରି ଆସିଛନ୍ତି । ବିପକ୍ଷ ଦଳ ଇମ୍ରାନଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିବା ପାଇଁ ସମସ୍ତ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି । ସେନାଙ୍କୁ ଏଥିରେ ମୁଣ୍ଡ ନ ପୂରାଇବା ପାଇଁ ସେମାନେ ଅନୁରୋଧ କରିଛନ୍ତି । ପାକିସ୍ତାନ ସମ୍ବିଧାନରେ ଅବିଶ୍ୱାସ ପ୍ରସ୍ତାବ ଆଣିବା ପାଇଁ ୩୨୪ ସିଟରୁ ୧୭୨ର ଆବଶ୍ୟକତା ରହିଛି । ଇମ୍ରାନଙ୍କ ପାର୍ଟିର କେତେକ ସାଂସଦ ମଧ୍ୟ ବିରୋଧୀଙ୍କ ସହ ଯୋଗାଯୋଗରେ ରହିଛନ୍ତି ।

ପୂର୍ବତନ ରାଷ୍ଟ୍ରପତି ଅସିଫ ଅଲୀ ଜର୍ଦ୍ଦାରୀଙ୍କୁ ଏହି ସଂଖ୍ୟା ଗୋଟାଇବା ପାଇଁ ଦାୟିତ୍ୱ ଦିଆଯାଇଛି । ଆତଙ୍କବାଦୀ ସଂଗଠନ, ମୌଳବାଦୀ ଗୋଷ୍ଠୀ ଏବଂ ସେନା ପରୋକ୍ଷରେ ମଧ୍ୟ ବିରୋଧୀଙ୍କୁ ସମର୍ଥନ କରୁଛନ୍ତି । ଯଦି ସବୁ କିଛି ଯୋଜନା ମୁତାବକ ହୁଏ ତାହାହେଲେ ଇମ୍ରାନଙ୍କ କାର୍ଯ୍ୟକାଳ ସରିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି ।

Comments are closed, but trackbacks and pingbacks are open.