Latest Odisha News

BREAKING NEWS

ଇସ୍ରୋର ୧୦୦ତମ ମିଶନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ, ଜାଣନ୍ତୁ କଣ ଏହି ଏନବିଏସ୍-୦୨

ଅମରାବତୀ: ଇସ୍ରୋ ଏହାର ମହାକାଶ ଅନୁସନ୍ଧାନ ଯାତ୍ରାରେ ଆଉ ଏକ ବଡ଼ ସଫଳତାକୁ ଯୋଡିବାକୁ ଯାଉଛି। ଶ୍ରୀହରି କୋଟା ସତୀଶଧବନ କ୍ଷେପଣାସ୍ତ୍ର ଘାଟିରୁ GSLV-F15 ଉତକ୍ଷେପଣ ପାଇଁ ପ୍ରସ୍ତୁତ ଅଛି ଇସ୍ରୋ। ଏହା ଏଥିପାଇଁ ମଧ୍ୟ ସ୍ୱତନ୍ତ୍ର କାରଣ ଏହା ୧୦୦ତମ ରକେଟ୍‌ର ଉତକ୍ଷେପଣ। ଯାହା ପରେ ଇତିହାସ ରଚିବ ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା।

ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)ର ଶ୍ରୀହରିକୋଟା ମହାକାଶ କେନ୍ଦ୍ରରୁ GSLV ରକେଟ୍ ବ୍ୟବହାର କରି ଏକ ନାଭିଗେସନ୍ ସାଟେଲାଇଟ୍ ଉତକ୍ଷେପଣ କରିବ। ଇସ୍ରୋର ୧୦୦ତମ ଲଞ୍ଚର ୨୭ ଘଣ୍ଟା ପୂର୍ବରୁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ଇସ୍ରୋର ନୂଆ ଅଧ୍ୟକ୍ଷ ବି. ନାରାୟଣନ ଦାୟିତ୍ବ ସମ୍ଭାଳିବା ପରେ ଏହା ତାଙ୍କର ପ୍ରଥମ ମିଶନ। ଜାନୁଆରୀ ୨୯ ତାରିଖ ଅର୍ଥାତ୍ ମଙ୍ଗଳବାର ବିଳମ୍ବିତ ରାତି ୨.୫୩ ମିନିଟରେ ଶ୍ରୀହରି କୋଟାରୁ ଜିଏସଏଲବି-ଏଫ-୧୫ରେ ୧୦୦ତମ ମିଶନ ଉତ୍‌କ୍ଷେପଣ କରାଯିବ।

ସ୍ବଦେଶୀ ଜ୍ଞାନ କୌଶଳିରେ ତିଆରେ ଏହି ରକେଟ୍ ଏନବିଏସ୍-୦୨ ଉପଗ୍ରହକୁ ଜିଓସିଂକ୍ରୋନ୍ସ ଟ୍ରାନ୍ପଫର ଅର୍ବିଟକୁ ପଠାଇବ। ଏନବିଏସ-୦୨ ଉପଗ୍ରହ ଭାରତୀୟ ନାଭିଗେସନ ପ୍ରଣାଳୀର ଏହା ଅଂଶ। ଏହା ଦ୍ବିତୀୟ ପିଢ଼ିର ଉପଗ୍ରହ, ଯିଏ ନାଭିଗେସନ ମ୍ୟାପ୍ ପାଇଁ କାର୍ଯ୍ୟ କରିବ। ଭାରତରେ ପ୍ରାୟ ୧୫ଶହ କି.ମି ପର୍ଯ୍ୟନ୍ତ ଏହା ସଠିକ୍ ସ୍ଥିତି, ବେଗ ଏବଂ ସମୟ ସେବା ଦେବା ପାଇଁ ଏହାକୁ ଡିଜଇନ୍ କରାଯାଇଛି। ସୋମବାର ରାତିରୁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି

Comments are closed.