Latest Odisha News

BREAKING NEWS

ମମିତା ମେହେର ହତ୍ୟା ମାମଲା, ତଦନ୍ତ ତଦାରଖ କରିବେ ଅବସରପ୍ରାପ୍ତ ଜିଲ୍ଲା ଜଜ୍

ଭୁବନେଶ୍ବର : ମମିତା ମେହେର ହତ୍ୟା ମାମଲାରେ ଆଗେଇବ ତଦନ୍ତ । ମାମଲାରେ ତଦନ୍ତ ପ୍ରକ୍ରିୟାର ତଦାରଖ କରିବେ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଏବିଏସ୍ ନାଇଡୁ । ତଦନ୍ତ ପ୍ରକ୍ରିୟାରେ ସ୍ବଚ୍ଛତା ଓ ପାରଦର୍ଶିତା ଆଣିବା ପାଇଁ ହାଇକୋର୍ଟଙ୍କୁ ଚିଠି ଲେଖିଥିଲେ ରାଜ୍ୟ ସରକାର । ଏଥିରେ ଜଣେ କାର୍ଯ୍ୟରତ ହାଇକୋର୍ଟ ବିଚାରପତି, ଅବସରପ୍ରାପ୍ତ ବିଚାରପତି, ଜିଲ୍ଲା ଦୌରାଜଜ୍ କିମ୍ବା ଅବସରପ୍ରାପ୍ତ ଜିଲ୍ଲା ଦୌରାଜଜ୍‌ଙ୍କୁ ତଦନ୍ତ ଦାୟିତ୍ବ ଦେବାକୁ ଅନୁରୋଧ କରିଥିଲେ ରାଜ୍ୟ ସରକାର । ମାମଲାରେ ରାଜ୍ୟ ସରକାରଙ୍କ ଅନୁରୋଧ ରକ୍ଷା କରି ହାଇକୋର୍ଟ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଏବିଏସ୍ ନାଇଡୁଙ୍କୁ ତଦନ୍ତ ପ୍ରକ୍ରିୟାର ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମମିତା ମେହେର ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିସାରିଛି । ଏପରିକି ମମିତାଙ୍କୁ ହତ୍ୟା କରି ଷ୍ଟାଡିୟମ୍‌ରେ ପୋତି ଦେଇଥିବା ନେଇ ଗୋବିନ୍ଦ ସ୍ବୀକାର କରିଥିବା କହିଛି ସାରିଛି ପୋଲିସ । ହେଲେ ପୋଲିସର ତଦନ୍ତ ପ୍ରକ୍ରିୟାରେ ସନ୍ତୁଷ୍ଟ ନୁହଁନ୍ତି ବିରୋଧୀ । ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଥିବା ବାରମ୍ବାର ଦାବି କରି ଆସୁଛନ୍ତି ବିରୋଧୀ । ପୋଲିସ ଜାଣି ଶୁଣି ମନ୍ତ୍ରୀଙ୍କୁ ଘଣ୍ଟ ଘୋଡାଇବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ତେଣୁ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦ କରାଯାଉଛି । କିନ୍ତୁ ସରକାର କୌଣସି ପଦ ନନେବା ସହ ମନ୍ତ୍ରୀଙ୍କୁ ସୁରକ୍ଷିତ ରଖୁଛନ୍ତି ବୋଲି ବିରୋଧୀ କହି ଆସୁଛନ୍ତି । ଆଉ ଆଜି ମାମଲାର ତଦନ୍ତ ପାଇଁ ହାଇକୋର୍ଟ ଜଣେ ଅବସରପ୍ରାପ୍ତ ଜିଲ୍ଲା ଜଜଙ୍କୁ ନିଯୁକ୍ତ କରିଛନ୍ତି ।

Leave A Reply

Your email address will not be published.