Latest Odisha News

ଭୁବନେଶ୍ୱରରେ ଫାର୍ମ ହାଉସ ପୋଖରୀରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ପରେ ଖୋଳତାଡ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ଭୁବନେଶ୍ୱରର ଏକ ଫାର୍ମ ହାଉସରୁ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ନନ୍ଦନକାନନ ଥାନା ଅଞ୍ଚଳରେ ଥିବା ଫାର୍ମ ହାଉସରୁ ମିଳିଛି ମରଶରୀର । ସନ୍ଦେହଜନକ ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଆଜି ପୋଲିସ ଉଦ୍ଧାର କରିବା ପରେ ତନାଘନା ଆରମ୍ଭ ହୋଇଛି । ମୃତକ ନୟାଗଡ଼ର ଜଣେ ପ୍ରଫେସରଙ୍କ ଝିଅ ବୋଲି ଜଣା ପଡ଼ିଛି ।

ଗତକାଲି ରାତିରେ ସେ ଘରୁ ପଳାଇ ଆସିଥିଲେ ବୋଲି ସୂଚନା ମିଳିଛି । ତେବେ ସେ ଫାର୍ମ ହାଉସ୍ ଭିତରକୁ କାହିଁକି ଓ କେମିତି ଆସିଲେ ତାହା ଏବେ ବଡ଼ ପ୍ରଶ୍ନବାଚୀ ? ସିସିଟିଭି ଫୁଟେଜରୁ ଜଣା ପଡୁଛି ରାତି ୨ଟାରେ ଛାତ୍ରୀ ଜଣଙ୍କୁ ଫାର୍ମ ହାଉସ୍ ଭିତରକୁ ପ୍ରବେଶ କରୁଛନ୍ତି ।

ଘଟଣା ପଛରେ କିଛି ଷଡ଼ଯନ୍ତ୍ରର ଗନ୍ଧ ବାରିଛନ୍ତି ଛାତ୍ରୀଙ୍କ ପରିବାର । ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ଏଯାଏ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଫାର୍ମ ହାଉସ୍ ପୋଖରୀ ଭିତରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣା ଅନେକ ପ୍ରଶ୍ନବାଚୀ ଠିଆ କରିଛି । ପୋଲିସ ସିସିଟିଭି ଫୁଟେଜ ଆଧାରରେ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଚଳାଇଛି ।

Leave A Reply

Your email address will not be published.