Latest Odisha News

BREAKING NEWS

ଗାଙ୍ଗୁଲି ହେବେ କି ଆଇସିସି ଚେୟାରମ୍ୟାନ ?

ପୁରୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଆଇସିସି ଚେୟାରମ୍ୟାନ ଦୌଡରେ ସାମିଲ ହେବା ସମ୍ଭାବନା ସୃଷ୍ଟି ହୋଇଛି । ଫଳରେ ଏହି ଅଫସାଇଡ ଧୂରନ୍ଧର ଆଉ ଏକ ଚୌକା ମାରିବେ । ବିସିସିଆଇ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଏହାର ଅଧିକାରୀମାନେ ଗାଙ୍ଗୁଲିଙ୍କୁ ଏଥିନେଇ ସମର୍ଥନ କରୁଛନ୍ତି । ଯଦି ଗାଙ୍ଗୁଲି ଏଥିପାଇଁ ଆବଶ୍ୟକ ମତ ହାସଲ କରି ନିଅନ୍ତି ତାହାହେଲେ ଆଇସିସି ଚେୟାରମ୍ୟାନ ହେବା ରାସ୍ତା ସମ୍ପୂର୍ଣ୍ଣ ଭାବେ ଖୋଲିଯିବ । ଗାଙ୍ଗୁଲି ସଭାପତି ପଦ ଛାଡିଲେ ଜୟ ଶାହ ଏହି ଦାୟିତ୍ୱ ତୁଲାଇବେ ଏବଂ ଅରୁଣ ଧୂମାଲ ସେକ୍ରେଟାରୀ ହେବ । ଆଇସିସିର ବର୍ତମାନ ଅଧ୍ୟକ୍ଷ ଗ୍ରେଗର ୱାର୍କଲଙ୍କ କାର୍ଯ୍ୟକାଳ ନଭେମ୍ବରରେ ଶେଷ ହେବ । ଯଦି ସେ ତାଙ୍କ ଅବଧି ଶେଷ ହେବା ପୂର୍ବରୁ ପଦ ଛାଡିବେ ତାହା ହେଲେ ଆଇସିସିକୁ ନୂତନ ଚେୟାରମ୍ୟାନ ମିଳିବେ । ଗ୍ରେଗର କିନ୍ତୁ ଆଉ ୨ ବର୍ଷ ଏହି ପଦବୀରେ ରହିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଯଦି ସମcସ୍ତେ ଚାହିଁବେ ତାହାହେଲେ ଚେୟାରମ୍ୟାନ ପଦରେ ପୁନର୍ବାର ରହିବା ନେଇ ମୋର କୌଣସି ଅସୁବିଧା ହେବନି ବୋଲି କହିଛନ୍ତି ।

କିପରି ହୁଏ ଆଇସିସି ଚେୟାରମ୍ୟାନ ନିର୍ବାଚନ: ଆଇସିସିର ୧୬ ବୋର୍ଡ ସଦସ୍ୟରୁ ୧୨ଟେଷ୍ଟ ଖେଳିବା ଦେଶ ରହିଛନ୍ତି । ଏହା ବ୍ୟତୀତ ୩ ସହଯୋଗୀ ମାଲେସିଆ, ସ୍କଟଲାଣ୍ଡ ଓ ସିଙ୍ଗାପୁର ମଧ୍ୟ ରହିଛନ୍ତି । ସ୍ୱତନ୍ତ୍ର ନିର୍ଦ୍ଦେଶକଙ୍କ ମଧ୍ୟ ଗୋଟିଏ ଭୋଟ ରହିଛି । ପେପ୍ପିକୋର ଇନ୍ଦ୍ରା ନୁଇ ଏବେ ଏହି ପଦରେ ଅଛନ୍ତି । ୫୧ ପ୍ରତିଶତ ଭୋଟ ଯିଏ ପାଇବେ ସେ ହେବେ ଆଇସିସିର ନୂତନ ଅଧ୍ୟକ୍ଷ । ବିସିସିଆଇ ଦୁନିଆର ସବୁଠାରୁ ଧନୀ କ୍ରିକେଟ ବୋର୍ଡ ହୋଇଥିବାରୁ ଗାଙ୍ଗୁଲି ଚେୟାରମ୍ୟାନ ହେବା କିଛି ବଡ କଥା ନୁହେଁ । ଗାଙ୍ଗୁଲି ୨୩ ଅକ୍ଟୋବର ୨୦୧୯ରେ ବିସିସିଆଇ ଅଧ୍ୟକ୍ଷ ହୋଇଥିଲେ । ଏହା ପୂର୍ବରୁ ୨୦୧୪ରେ ବେଙ୍ଗଲ କ୍ରିକେଟ ସଂଘର ସେକ୍ରେଟାରୀ ଥିଲେ । ୨୦୧୫ରେ ସେ ଅଧ୍ୟକ୍ଷ ପଦ ହାସଲ କରିଥିଲେ ।

Leave A Reply

Your email address will not be published.