Latest Odisha News

BREAKING NEWS

ଡବଲ ମର୍ଡର, ଘରେ ପଶି ଦମ୍ପତିଙ୍କୁ ହତ୍ୟା

ସୁନ୍ଦରଗଡ: ଘରେ ପଶି ଦମ୍ପତିଙ୍କୁ ହତ୍ୟା କଲା ଦୁର୍ବୃତ୍ତ । ସୁନ୍ଦରଗଡ ଜିଲ୍ଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ଲଙ୍ଗଳକଟା ଗାଁରେ ଘଟିଛି ଡବଲ ମର୍ଡର। ପାରୁ ମୁଣ୍ଡା ଏବଂ ମଦପାଲି ମୁଣ୍ଡାଙ୍କୁ ଘରେ ପସି କେହି ଜଣେ ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ ତାଙ୍କ ପୁଅ ସମା ମୁଣ୍ଡା କେ.ବଲାଙ୍ଗ ଥାନାରେ ଏତଲ ଦେଇଛନ୍ତି ।

ପୋଲିସ ଓ ସାଇଂଟିକଫିକ୍ ଟିମ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ଗୁଣି ଗାରେଡିକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।

Leave A Reply

Your email address will not be published.