Latest Odisha News

BREAKING NEWS

ଭଦ୍ରକ ପାଲଟିଛି ବ୍ରାଉନ୍ ସୁଗାର ବେପାରୀଙ୍କ ଭୂସ୍ୱର୍ଗ, ପୁଣି ୨ ଗିରଫ

ଭଦ୍ରକ: ପ୍ରତିଦିନ ଭଦ୍ରକ ଜିଲ୍ଲାରେ ସାମ୍ନାକୁ ଆସୁଛି ବ୍ରାଉନ ସୁଗାର କାରବାର ଜନିତ ଖବର । ଗତକାଲି ପୁରୁଣାବଜାର ପୋଲିସ ହାତରେ ଧରାପଡିଛନ୍ତି ଦୁଇ ବ୍ରାଉନ୍ ସୁଗର ଚାଲାଣକାରୀ । ସେମାନଙ୍କଠାରୁ ବ୍ରାଉନ୍ ସୁଗାର ଜବତ ହୋଇଥିଲାବେଳେ ଜାରି ରହିଛି ତଦନ୍ତ ।

ଗତକାଲି ଭଦ୍ରକ ଟାଉନ ଓ ଇଛାପୁର ରାସ୍ତାରେ ଗାଡି ତନଖି ଚାଲିଥିଲା । ସେହି ସମୟରେ ଦୁଇଜଣ ବ୍ୟକ୍ତିଙ୍କ ବାଇକ୍ ଯାଂଚ ସମୟରେ ସେଥିରୁ ୧୨୨ ଗ୍ରାମ ବ୍ରାଉନ୍ ସୁଗାର ବାହାରିଥିଲା । ସରକାର ନଗରଠାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ପୋଲିସ ସେମାନଙ୍କଠାରୁ ବ୍ରାଉନ୍ ସୁଗାର ଜବତ କରିଥିଲା ।

ଗିରଫ ଦୁଇ ଅଭିଯୁକ୍ତ ହେଲେ ରାନ୍ଦିଆ ଅଂଚଳର ଅଜୟ କୁମାର ପଢିଆରୀ ଓ ବରପଦା ବାସିନ୍ଦା କାଳନ୍ଦୀ ବେହେରା । ତଦନ୍ତରୁ ଜଣାପଡିଛି ଦୁଇ ଅଭିଯୁକ୍ତ ବ୍ରାଉନ୍ ସୁଗାର ସମେତ ଚାନ୍ଦବାଲିକୁ ବାହାରିଥିଲେ । ବ୍ରାଉନ୍ ସୁଗାରକୁ ବାଦ୍ ଦେଲେ ସେମାନଙ୍କଠାରୁ ନଗଦ ୪୦୦ ଟଙ୍କା, ପ୍ୟାକେଜିଂ ଜରି ଓ ଏକ ଛୁରୀ ଜବତ ହୋଇଛି । ଗତକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.