ମାଲକାନଗିରି: ମାଲକାନଗିରି ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ବଢ଼ିଲା ଅଡୁଆ । ୨୦୧୯ ଷ୍ଟେନୋ ଦେବନାରାୟଣ ଆତ୍ମହତ୍ୟା ମାମଲାରେ ଶୁକ୍ରବାର ମନୀଷ ଅଗ୍ରୱାଲଙ୍କ ଆଗୁଆ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ ।
ଏହି ମାମଲାରେ ଅନ୍ୟ ୨ ଜଣ ଅଭିଯୁକ୍ତଙ୍କ ଭି. ବେଣୁଗୋପାଳ ଓ ପ୍ରକାଶ ଚନ୍ଦ୍ର ସ୍ବାଇଁଙ୍କର ମଧ୍ୟ ଆଗୁଆ ଜାମିନ ଆବେଦନ ଖାରଜ ହୋଇଛି ।
ହାଇକୋର୍ଟ ବିଚାରପତି ଭି. ନରସିଂହଙ୍କ ଖଣ୍ଡପୀଠ ମାମଲାର ଅନ୍ୟ ଜଣେ ଅଭିଯୁକ୍ତ ଭଗବାନ ପାଣିଗ୍ରାହୀଙ୍କ ଆବେଦନକୁ ଗ୍ରହଣ କରି ୩ ସପ୍ତାହ ମଧ୍ୟରେ ନିମ୍ନ ଅଦାଲତରେ ଆତ୍ମସମପର୍ଣ କରି ଜାମିନ ପାଇଁ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ମାଲକାନଗିରିର ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ବ୍ୟକ୍ତିଗତ ସହାୟକ ଭାବେ ଦେବ ନାରାୟଣ ପଣ୍ଡା କାର୍ଯ୍ୟ କରୁଥିଲେ । ୨୦୧୯ ମେ’ ୨୭ରେ ସେ ହଠାତ୍ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ । ଏନେଇ ପ୍ରଥମେ ଥାନାରେ ମାମଲା ରୁଜୁ ହୋଇଥିଲା । ଏହାର ୨ଦିନ ପରେ ଦେବ ନାରାୟଣ ପଣ୍ଡାଙ୍କ ମୃତଦେହ ସତୀଗୁଡ଼ା ଡ୍ୟାମ ନିକଟରୁ ମିଳିଥିଲା ।
Comments are closed.