Latest Odisha News

BREAKING NEWS

ଅଫିସର ବିଜେଡି କର୍ମୀ ଭଳି କାମ କରୁଛନ୍ତି

ଅଶୋକ ଦାସ ଜୀବିତ ଥିଲେ ଏଭଳି ଅଫିସର ଶାସନକୁ ଦେଖି ମର୍ମାହତ ହୋଇଥାନ୍ତେ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ।

ଭୁବନେଶ୍ୱର: ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ଗିରଫଦାରୀକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅସନ୍ତୋଷ ପ୍ରକାଶ କରିଛନ୍ତି । ସରକାରୀ କର୍ମଚାରୀ ଆଇନ ର ଅପବ୍ୟବହାର କରୁଥିବା ପ୍ରତିକ୍ରିୟା ରଖିଛନ୍ତି ଧର୍ମେନ୍ଦ୍ର ।

ସେ କହିଛନ୍ତି ଯେ, କିଛି ସରକାରୀ କର୍ମଚାରୀ ବିରୋଧୀ ଦଳ ନେତାଙ୍କ ସ୍ୱର ଚପାଇବାକୁ ଉଦ୍ୟମ କରୁଛନ୍ତି । ନିଜର କାର୍ଯ୍ୟଶୈଳୀ ସୁଧାରିବା ପରିବର୍ତ୍ତେ ଆଇନ ର ଅପବ୍ୟବହାର କରୁଛନ୍ତି । ରବିବାର ଧର୍ମେନ୍ଦ୍ର ଟ୍ୱିଟରରେ ପ୍ରତିକ୍ରିୟା ରଖି ପ୍ରଶାସନିକ କଳକୁ ସମାଲୋଚନା କରିଛନ୍ତି ।

ଅନ୍ୟପଟେ ବରିଷ୍ଠ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଧମେନ୍ଦ୍ର ଟ୍ୱିଟ୍ ରେ ଅଲଗା ପ୍ରତିକ୍ରିୟା ରଖିଛନ୍ତି । ପ୍ରଣବ ଲେଖିଛନ୍ତି ଯେ, ଜନ ପ୍ରତିନିଧି ଜଣକ ସରକାରୀ କର୍ମଚାରୀଙ୍କୁ ମାଡ଼ ମାରି ଲହୁ ଲୁହାଣ କରିଛନ୍ତି ।

ଏହା ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମଧ୍ୟ ସରକାରୀ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା କରିଥିଲେ । ଏଭଳି ଘଟଣାରେ କେବଳ ବିରୋଧୀ ଦଳ ନେତାଙ୍କୁ ଟାର୍ଗେଟ କରାଯାଉନି । ବରଂ ପୂର୍ବରୁ ଶାସକ ବିଜେଡିର ୩ ଜଣ ବିଧାୟକଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇଛି ।

ଦେବଗଡ଼ ବିଧାୟକ ବିଜେପିର ହୋଇଥିବା ଯୋଗୁଁ ଧର୍ମେନ୍ଦ୍ରଙ୍କ ପ୍ରତିକ୍ରିୟଶୀଳ ହେବାକୁ ନାପସନ୍ଦ କରିଛନ୍ତି ପ୍ରଣବ । ଓଡ଼ିଶାରେ ଆଇନ ର ଶାସନ ଚାଲିଛି । ଆଇନ ଆଗରେ ନେତା ଜନତା ସମସ୍ତେ ସମାନ ବୋଲି ପ୍ରଣବ ପ୍ରତିକ୍ରିୟା ରଖିଛନ୍ତି ।

ସେପଟେ ପ୍ରଣବଙ୍କ ଟ୍ୱିଟ୍ ର ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ । ମୋହନ ଲେଖିଛନ୍ତି ଯେ, ସତ ସମସ୍ତଙ୍କୁ ଜଣା । ଆଉ ଏହା ଗଣମାଧ୍ୟମରେ ପ୍ରକାଶ ପାଉଛି । ରାଜ୍ୟର କିଛି ସରକାରୀ କର୍ମଚାରୀ ବିଜେଡି କର୍ମୀ ଭଳି କାମ କରୁଛନ୍ତି ।

Leave A Reply

Your email address will not be published.