ଯାଜପୁର: ସମ୍ପତି ଅଗରେ ତୁଛ ହେଲା ଭାଇ । ବଡ଼ ଭାଇକୁ ଗାଡି ଚଡାଇ ମାରିଦେଇଥିଲା ସାନ ଭାଇ । ଏହି ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଜିଲ୍ଲା ଦୌରାଜଜ୍ । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ବାଲିସାହି ଗ୍ରାମରେ ।
ସୁଚନା ଅନୁସାରେ, ୨୦୨୨ ମସିହା ମାର୍ଚ୍ଚ ମାସରେ ବାଲିସାହି ଗ୍ରାମରେ ଅଭିଯୁକ୍ତ ସାନଭାଇ ସୁଶାନ୍ତ ମଲ୍ଲିକଙ୍କ ବଡଭାଇ ଅକ୍ଷୟ ମଲ୍ଲିକ ଅନ୍ୟତ୍ର ପୋଷ୍ୟ ପୁତ୍ର ଭାବେ ଯାଇଥିଲେ । ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ପୁର୍ବରୁ ବିବାଦ ଥିବା ବେଳେ ଭାଇକୁ ଭାଗ ନ ଦେବା ଲାଗି ଅଭିଯୁକ୍ତ ଏଭଳି କରିଥିଲା ।
ଏହି ଘଟଣାରେ ବୁଧବାର ୨୦ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ ପାଇଁ ରାୟ ପ୍ରକାଶ କରିଛନ୍ତି ଜିଲ୍ଲା ଦୌରାଜଜ୍ । ଆଜୀବନ କାରାଦଣ୍ଡାଦେଶ ସହ ୨୦ହଜାର ଟଙ୍କା ଜୋରିମାନା ଅନାଦୟ ୬ମାସ ଅଧିକ ଜେଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାଟିକୁ ସରକାରୀ ଓକିଲ ସମରେନ୍ଦ୍ର ଦାସ ପରିଚାଳନା କରିଥିଲେ ।
Comments are closed.