କରାଚୀ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ଉଦଘାଟନୀ ମୁକାବିଲାରେ ନ୍ୟୁଜିଲାଣ୍ଡର ୱିଲ ୟଙ୍ଗ ଓ ଟମ ଲାଥାମ ଆକର୍ଷଣୀୟ ଶତକ ହାସଲ କରିଛନ୍ତି । ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ବିସ୍ଫୋରକ ଇନିଂସ ବଳରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୩୨୧ ରନର ଲକ୍ଷ୍ୟ ପାକିସ୍ତାନ ସମ୍ମୁଖରେ ରଖୁଥିଲେ । ଚାମ୍ପିୟନ୍ସ ଟ୍ରଫିରେ ୫ମ ଥର ପାଇଁ ଗୋଟିଏ ଟିମର ୨ଜଣ ବ୍ୟାଟ୍ସମ୍ୟାନ ଶତକ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ଦିନିକିଆ କ୍ରିକେଟରେ ଟମ ଲାଥାମ ୮ମ ଶତକ ହାସଲ କରିଛନ୍ତି । ସେ ତାଙ୍କ ଇନିଂସରେ ୯୫ ବଲର ସମ୍ମୁଖୀନ ହୋଇ ୯ ଚୌକା ଓ ୨ ଛକା ମାରିଥିଲେ ।
ସେହିପରି ନ୍ୟୁଜିଲାଣ୍ଡର ୫ମ ଖେଳାଳି ଭାବେ ଚାମ୍ପିୟନ୍ସ ଟ୍ରଫିରେ ଶତକ ଅର୍ଜନ କରିଛନ୍ତି । ଅପରପକ୍ଷରେ ୱିଲ ୟଙ୍ଗ ତାଙ୍କ କ୍ୟାରିୟରର ୪ର୍ଥ ଶତକ ମାରିଛନ୍ତି । ସେ ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ବିପକ୍ଷରେ ନ୍ୟୁଜିଲାଣ୍ଡର ଦ୍ୱିତୀୟ ଓଭରାଲ ତୃତୀୟ ବ୍ୟାଟ୍ସମ୍ୟାନ ଭାବେ ଶତକ ମାରିଛନ୍ତି । ଏହା ପୂର୍ବରୁ ଶ୍ରୀଲଙ୍କାର ସନଥ ଜୟସୂରିୟା ଶତକ ହାସଲ କରିଥିଲେ । ସେ ୨୦୦୨ରେ ୧୦୨ ରନର ଇନିଂସ ଖେଳିଥିଲେ ।
Comments are closed.