Latest Odisha News

BREAKING NEWS

ଭାଷା ଭାଗବତ : ସ୍ବକର୍ମତତ୍ପର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

BjdElectrycity

ପାଠକେ କରିଲେ ସ୍ବୀକାର

ତାହା ସର୍ବୋଚ୍ଚ ପୁରସ୍କାର

ଲେଖକ ସହିତ ପାଠକ

ଯୋଡ଼ଂତି ନିର୍ମଳ ସଂପର୍କ

 

ଅଭ୍ୟାସ ନାମକ ବଂଧନ

ବ୍ୟକ୍ତିକୁ କରିଥାଏ ନ୍ୟୂନ

ଯାହାଂକୁ ଯାହା ଲାଗେ ଭଲ

କରି ହୁଅଂତି କଲବଲ

 

ନିଜକୁ ବଦଳାଇ ଦେଖ

ବଦଳିଯିବେ ସବୁ ଲୋକ

ମଣିଷ ଜନ୍ମତଃ ଅନନ୍ୟ

ଏହାକୁ ଦେଉଁ ବେଶି ଧ୍ୟାନ

 

ଅନେକ ସଂସ୍ଥା ଆଉ ସଂଘ

କରୁଥାଆଂତି ସ୍ବପ୍ନଭଂଗ

ଏ ସବୁ କଲେ ପରିତ୍ୟାଗ

ବ୍ୟକ୍ତିକୁ ମିଳଇ ସୁଯୋଗ

 

ବନ ମଧ୍ୟରେ ବାଟ କାଢ଼ି

ଆଗକୁ ଯାଏ ଯିଏ ବଢ଼ି

ନିଶ୍ଚୟ ପାଏ ଠିକ୍‌ ଠାବ

ଏହି କଥାକୁ ମନେ ଭାବ

 

ଚାଲି ଚାଲି ପାଇଲେ ସୁଖ

ଅନାବଶ୍ୟକ ହୁଏ ଲକ୍ଷ୍ୟ

ଯେଉଁଠି ଗଲେ ବି ପହଂଚି

ଆନଂଦେ ରହିହୁଏ ବଂଚି

 

ନ ହେଲେ କାହା ଅନୁଚର

ମନରେ ପଶେନି ବିକାର

ସର୍ବଦା ସ୍ବକର୍ମତତ୍ପର

ହୋଇ ବୋଲାଏ କର୍ମବୀର

 

ପ୍ରଫୁଲ୍ଲ କୁମାର ତ୍ରିପାଠୀ

Leave A Reply

Your email address will not be published.