Latest Odisha News

BREAKING NEWS

ଟିକା ଅପେକ୍ଷା କୋଭିଡ୍‌-୧୯ ରକ୍ତ ଜମାଟ ବାନ୍ଧିବା ଆଶଙ୍କା ବଢାଇଥାଏ!

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଅକ୍ସଫୋର୍ଡ / ଆଷ୍ଟ୍ରାଜେନେକା କିମ୍ବା ଫାଇଜର / ବାୟୋଏନ୍‌ଟେକ୍ ଟିକାର ପ୍ରଥମ ମାତ୍ରା ଅପେକ୍ଷା ରକ୍ତ ଜମାଟ ବାନ୍ଧିବାର ଆଶଙ୍କା ଅଧିକ ବୋଲି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ନେତୃତ୍ୱରେ ହୋଇଥିବା ଏକ ବୃହତ ଅଧ୍ୟୟନ ଶୁକ୍ରବାର ଦିନ ଜଣାପଡ଼ିଛି।

ଏହି ଅନୁସନ୍ଧାନରେ ୨୯ ନିୟୁତରୁ ଅଧିକ ଲୋକଙ୍କୁ ପରୀକ୍ଷା କରାଯାଇଥିଲା। ଯେଉଁମାନେ ଡିସେମ୍ବର ୨୦୨୦ ରୁ ଏପ୍ରିଲ ୨୦୨୧ ମଧ୍ୟରେ ଉଭୟ ଟିକାର ପ୍ରଥମ ଡୋଜ ଟିକା ନେଇଥିଲେ ସେମାନଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିଲା।

ଅନୁସନ୍ଧାନରୁ ଜଣାପଡିଛି ଯଦିଓ ଉଭୟ ଟିକାକରଣର ପ୍ରଥମ ମାତ୍ରା ପାଇବା ପରେ ରକ୍ତ ଜମାଟ ବାନ୍ଧିବାର ଆଶଙ୍କା ରହିଥିଲା, କିନ୍ତୁ କରୋନା ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ଅଧିକ ଥିଲା।

“କୋଭିଡ-୧୯ ଟିକାକରଣ ପରେ ଲୋକମାନେ ଏହି ବିପଦ ବିଷୟରେ ସଚେତନ ହେବା ଉଚିତ ବୋଲି ଅକ୍ସଫୋର୍ଡ ୟୁନିଭରସିଟିର କ୍ଲିନିକାଲ ଏପିଡେମୋଲୋଜି ଜୁଲିଆ ହିପିସଲି-କକ୍ସ କହିଛନ୍ତି।

Leave A Reply

Your email address will not be published.