Latest Odisha News

ଭାରତରେ ୧୫ ହଜାର ଟପିଲା କରୋନା ମାମଲା; ୨୪ ଘଣ୍ଟାରେ ୧୩୩୪ ଆକ୍ରାନ୍ତ

ନୂଆଦିଲ୍ଲୀ: ମହାମାରୀ କରୋନା ପ୍ରଭାବରେ ଭାରତ ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୧୫,୭୧୨  ଛୁଇଁଛି । ଗତ ୨୪ ଘଣ୍ଟାରେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୪ ଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବାଧିକ ଅଟେ ।

ଏଥିସହିତ କରୋନାଭାଇରସ ସଂକ୍ରମଣରେ ଏପର୍ଯ୍ୟନ୍ତ ୫୦୭ ଲୋକଙ୍କର ମୃତ୍ୟୁ ଘଟିଥିବା ସରକାରୀ ରିପୋର୍ଟରେ ପ୍ରକାଶ ।

ଏହି ଭାଇରସର ଵିସ୍ତାରକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଲକଡାଉନ ଅବଧିକୁ ଆସନ୍ତା ମେ ମାସ ୩ ତାରିଖ ପର୍ଯ୍ୟନ୍ତ ବଢ଼ାଉ ଦେଇଛନ୍ତି ।

Leave A Reply

Your email address will not be published.