Latest Odisha News

BREAKING NEWS

ଏହିସବୁ ମୋବାଇଲ କମ୍ପାନୀ ମେ ୩ ଯାଏଁ ବଢାଇଲେ ନିଜ ଉପଭୋକ୍ତାଙ୍କ ନମ୍ବରର ବୈଧତା

ନୂଆଦିଲ୍ଲୀ: କରୋନା ପାଇଁ ସାରଦେଶରେ ତାଲା । ଏହି ସଙ୍କଟ ସମୟରେ କିଛି ମୋବାଇଲ କମ୍ପାନୀ ନିଜ ଗ୍ରାହକଙ୍କ ପାଇଁ ଆଣିଦେଇଛନ୍ତି ଖୁସି ଖବର ।

ରିଲାଏନ୍ସ ଜିଓ, ଏୟାରଟେଲ, ବିଏସଏନଏଲ ଓ ଭୋଡାଫୋନ ଭଳି ମୋବାଇଲ କମ୍ପାନୀ ମାନେ ଆସନ୍ତା ମେ ମାସ ୩ ତାରିଖ ପର୍ଯ୍ୟନ୍ତ ନିଜ ପ୍ରିପେଡ୍ ସେବା ଉପଭୋକ୍ତାଙ୍କ ନମ୍ବରର ବୈଧତା ବୃଦ୍ଧି କରାଇଛନ୍ତି।

ରିଲାଏନ୍ସ ଜିଓ ପକ୍ଷରୁ ଏକ ବିବୃତ୍ତିରେ କହିଛନ୍ତି ଯେ ଏହା କେବଳ ସ୍ୱଳ୍ପ ଆୟକାରୀ ଉପଭୋକ୍ତାଙ୍କୁ ଲାଭଦାୟକ ନୁହେଁ ବରଂ ଏହି ସଙ୍କଟ ସମୟରେ ରିଚାର୍ଜ କରିବାରେ ଅସମର୍ଥ ଥିବା ସମସ୍ତଙ୍କୁ ମଧ୍ୟ ଏହା ଉପକୃତ କରିବ। ପ୍ରତ୍ୟେକ ଉପଭୋକ୍ତା ଜିଓ ଆପ ଏବଂ ଜିଓ ୱେବସାଇଟ୍ ମାଧ୍ୟମରେ ରିଚାର୍ଜ ଏବଂ କ୍ୟୁରି ପାଇଁ ପାଇଁ ଜିଓ ସହିତ ସଂଯୁକ୍ତ ରହିବାକୁ ଏହି ବିବୃତିରେ କୁହାଯାଇଛି ।

ଏହାସହ ଜିଓର ପ୍ରତିଦ୍ବନ୍ଦି ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆ ମଧ୍ୟ ସେମାନଙ୍କ ଗ୍ରାହକଙ୍କ ବୈଧତାକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏୟାରଟେଲ ପକ୍ଷରୁ କୁହାଯାଇଛି ଯେ, ଯେ ପାଖାପାଖି ୩୦ ନିୟୁତ ଗ୍ରାହକ ସେମାନଙ୍କ ପ୍ରି-ପେଡ୍ ମୋବାଇଲ୍ ଆକାଉଣ୍ଟକୁ ରିଚାର୍ଜ କରିବାକୁ ସକ୍ଷମ ହେଉ ନାହାଁନ୍ତି। “ସେମାନଙ୍କର ସଂଯୋଗୀକରଣ ଆବଶ୍ୟକତାକୁ ଧ୍ୟାନରେ ରଖି ଏୟାରଟେଲ ଏହି ଆକାଉଣ୍ଟର ବୈଧତାକୁ ମେ୩, ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରୁଛି। ଏହି ସମସ୍ତ ଗ୍ରାହକ

ସେମାନଙ୍କ ଯୋଜନାର ବୈଧତା ସରିଯିବା ପରେ ମଧ୍ୟ ବର୍ତ୍ତମାନ ସେମାନଙ୍କର ଏୟାରଟେଲ ମୋବାଇଲ୍ ନମ୍ବରରେ ଆସୁଥିବା କଲ୍ ଗ୍ରହଣ କରିବାକୁ ସକ୍ଷମ ହେବେ।

ଯେଉଁଠି ଅନ୍ୟ କମ୍ପାନୀ ଗୁଡିକ ମେ ୩ ପର୍ଯ୍ୟନ୍ତ ବୈଧତା ବୃଦ୍ଧି କରିଛନ୍ତି ବିଏସଏନଏଲ ମେ ମାସ ୫ ତାରିଖ ଯାଏଁ ଏହାର ବୈଧତା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଏଥିସହ କମ୍ପାନୀ ଏକ ରିଚାର୍ଜ ହେଲ୍ପଲାଇନ ନମ୍ବର ମଧ୍ୟ ଆରମ୍ଭ କରିଛି। ଟୋଲ୍ ଫ୍ରି ନମ୍ବର 5670099 କୁ କଲ କରି ଉପଭୋକ୍ତାମାନେ ଘରେ ବସିଥିବା ସେମାନଙ୍କର ବିଏସଏନଏଲ ପ୍ରିପେଡ୍ ନମ୍ବରକୁ ରିଚାର୍ଜ କରିବାକୁ ସମର୍ଥ ହେବେ ।

Leave A Reply

Your email address will not be published.