ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣ ଲାଗି ଚାଲିଥିବା ଲକ୍ଡାଉନ ସମୟରେ ପଶୁମାନଙ୍କୁ ଖାଦ୍ୟ ଯୋଗାଇଦେବା ଲାଗି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ନବୀନ ପଟ୍ଟନାୟକ ୫୪ ଲକ୍ଷ ଟଙ୍କା ଅନୁମୋଦନ କରିଥିଲେ । ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଏହି ମହାନତା ଲାଗି ପିପୁଲ୍ ଫର ଦି ଏଥିକାଲ୍ ଟ୍ରିଟମେଣ୍ଟ୍ ଅଫ ଆନିମଲ୍ସ (ପେଟା) ମୁଖ୍ୟମନ୍ତ୍ରୀ ନବୀନଙ୍କୁ ‘ହିରୋ ଟୁ ଆନିମଲ୍ସ ଆୱାର୍ଡ଼’ ଦେବାକୁ ଘୋଷଣା କରିଛି ।
ଏହି ପରିପ୍ରେକ୍ଷୀରେ ପେଟା ଇଣ୍ଡିଆ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ମାନପତ୍ର ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି ।
Thanks @PETAIndia for the recognition. In this distressing times, the usual activities of taking care of community animals, dependant on us, has taken a back seat. I appeal everyone to support lives near us during these hard times. #OdishaCareshttps://t.co/KTeD3Uv8Xv
— Naveen Patnaik (@Naveen_Odisha) April 3, 2020
ବୁଲା ଜୀବଜନ୍ତୁମାନେ ସାଧାରଣତଃ ରେଷ୍ଟୁରାଣ୍ଟ ଦ୍ୱାରା ବାହାରୁଥିବା ଖାଦ୍ୟ ପଦାର୍ଥ ଖାଇ ବଞ୍ଚିଥାଆନ୍ତି, ମାତ୍ର ଏହି ଲକ୍ଡାଉନ୍ ସମୟରେ ଯଦି ସେମାନଙ୍କୁ ଖାଇବାକୁ ଦିଆନଯାଏ ତେବେ ସେମାନଙ୍କୁ ବଞ୍ଚାଇବା କଷ୍ଟକର ହୋଇପଡ଼ିବ ।” ଏହା କହିଛନ୍ତି ପେଟା ଇଣ୍ଡିଆର ସିଇଓ ଡଃ ମଣିଲାଲ୍ ଭଲ୍ଲିୟାଟେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଏହି ଲକ୍ଡାଉନ୍ ସମୟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଜୀ ଏହି ବେସାହାରା ଭୋକିଲା ଜୀବଜନ୍ତୁମାନଙ୍କୁ ଭୋଜନ ଦେବାଲାଗି ପାଣ୍ଠି ଘୋଷଣା କରିଥିବାରୁ ଆମେ ଧନ୍ୟବାଦ ଜଣାଉଛୁ ।”
ଏଠାରେ ଉଲ୍ଲେଖଯୋଗ୍ୟ, ଲକ୍ଡାଉନ ସମୟରେ ଭୋକିଲା ଜୀବଜନ୍ତୁଙ୍କୁ ଭୋଜନ ଦେବାଲାଗି ‘ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି’ରୁ ୫୪ ଲକ୍ଷ ଟଙ୍କା ଅନୁମୋଦନ କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ସହାୟତା ରାଶି ଦ୍ୱାରା ରାଜ୍ୟର ୫ଟି ମ୍ୟୁନିସିପାଲ କର୍ପୋରେସନ ସହିତ ୪୮ଟି ମ୍ୟୁନିସିପାଲିଟିରେ ଜୀବଜନ୍ତୁ୍ଙ୍କୁ ଖାଦ୍ୟ ଯୋଗାଇ ଦିଆଯିବ ।
Comments are closed.