Latest Odisha News

‘କୋହଳ ହେଲା କଟକଣା, ବଢ଼ିଲା ଅବହେଳା, ବଢ଼ିଲା କରୋନା’

ଭୁବନେଶ୍ୱର: ଲକଡାଉନ କଟକଣା କୋହଳ ହେବା ପରେ ବଢ଼ିଗଲା ଲୋକଙ୍କ ଅବହେଳା । ବେପାରୁଆ ହୋଇଗଲେ ଲୋକ ।  କିଛି ଲୋକଙ୍କ ଦାୟିତ୍ୱିହୀନତା ଯୋଗୁଁ କରୋନା ବିରୋଧୀ ଲଢେଇ ଦୁର୍ବଳ ହେଉଛି ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏସଆରସି କହିଛନ୍ତ,  କଟକଣା କୋହଳ ହେବା ପରେ ଗତ ଶୁକ୍ର ଓ ଶନିବାରଦିନ ଭୁବନେଶ୍ୱର ଓ କଟକରେ କେତେକ ସ୍ଥାନରେ ଲୋକମାନଙ୍କ ଆଚରଣର ଭିଡିଓ ରେକର୍ଡିଂ କରାଯାଇଥିଲା । ଏଥିରୁ ଦେଖାଗଲା ଯେ ଲୋକମାନେ କୋଭିଡ କଟକଣାକୁ ଠିକ ଭାବେ ପାଳନ କରୁନାହାନ୍ତି । ଲୋକେ ମାସ୍କ ପିନ୍ଧୁନାହାନ୍ତି, ସାମାଜିକ ଦୂରତ୍ୱ ପାଳନ କରୁନାହାନ୍ତି, ଅନାବଶ୍ୟକ ଭାବେ ବଜାରରେ ବୁଲୁଛନ୍ତି ।

ଦେଶ ଓ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ବଢିଚାଲିଛି । ରାଜ୍ୟରେ ଦୈନିକ ୩ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ମାର୍ଚ୍ଚମାସ ପରଠାରୁ ସରକାର ବିଭିନ୍ନ ପର୍ୟ୍ୟାୟରେ ଲକଡାଉନ ଲାଗୁ କରିଥିଲେ । ଏହାର ଗୁରୁତର ପ୍ରଭାବ ଆମ ଅର୍ଥନୀତି ଓ ଲୋକଙ୍କ ଜୀବିକା ଉପରେ ପଡ଼ିଛି । ଏଣୁ କେବଳ ସରକାର ନୁହଁନ୍ତି, ଲୋକମାନଙ୍କୁ ମଧ୍ୟ ଦାୟିତ୍ୱବାନ ହୋଇ କାମ କରିବାକୁ ହେବ । ତିନୋଟି ଉପାୟ କଲେ ରୋକକୁ ରୋକିହେବ , ସାମାଜିକ ଦୂରତ୍ୱ, ମାସ୍କ ବ୍ୟବହାର, ବ୍ୟକ୍ତିଗତ ଓ ଗୋଷ୍ଠୀଗତ ସ୍ୱାସ୍ଥ୍ୟ ସଚେତନତା-ଯଥା ହାତ ଧୋଇବା, ସାନିଟାଇଜର ବ୍ୟବାହର ଆଦିର ଅନୁପାଳନ କରିବା ଉଚିତ ବୋଲି ଏସଆରସି କହିଛନ୍ତି ।

Leave A Reply

Your email address will not be published.