Latest Odisha News

‘କରୋନା କବଚ’ ପିନ୍ଧିଲେ କିପରି ଭୂତାଣୁ ସଂକ୍ରମଣରୁ ବର୍ତ୍ତିବେ, ଜାଣନ୍ତୁ

ନୂଆଦିଲ୍ଲୀ: ବେଳେ ବେଳେ ଅସାଧାରଣ ପରିସ୍ଥିିତି ଉପୁଜିଲେ ସେହିପରି ଅସାଧାରଣ ଦାୟିତ୍ୱବୋଧ ମଧ୍ୟ ହାତକୁ ନିଆଯାଇଥାଏ ।

ପ୍ରକୃତରେ ଏବେ ଏହି ଘାତକ କରୋନା ଭୂତାଣୁ ଯୋଗୁଁ ସାଧାରଣ ଜୀବନଚର୍ଯ୍ୟାରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । କିଏ ଜାଣିଥିଲା ଯେ, ଏପରି ପରିସ୍ଥିତି ଉପୁଜିବ ଯେପରି ଘଣ୍ଟାକୁ ଘଣ୍ଟା ହାତ ଧୋଇବାକୁ ପଡୁଥିବ ଏବଂ ସାମାଜିକ ଦୂରତା ରକ୍ଷା କରିବାକୁ ପଡ଼ିବ ।

କରୋନା ଭୂତାଣୁ ପରି ମାରାତ୍ମକ ଭୂତାଣୁ ଖୁବ ଶିଘ୍ର ଜଣେ ମଣିଷ ଠାରୁ ଅନ୍ୟକୁ ସଂକ୍ରମିତ ହୋଇଥାଏ । ଶ୍ୱାସକ୍ରିୟା ମାଧ୍ୟମରେ ଏହି ଭୂତାଣୁ ସଂକ୍ରମିତ ହେଉଥିବା ଯୋଗୁଁ ଏବେ ମଣିଷ ମଣିଷ ମଧ୍ୟରେ ଦୂରତା ରକ୍ଷା କରାଯିବାକୁ ସଚେତନତା ଜାରି ରହିଛି । କିପରି ଆମେ ସମ ଦୂରତା ରକ୍ଷା କରିବା ଏହାର ଏକ ସରଳ ଉପାୟ ଉଦଭାବନ କରିଛନ୍ତି ପଞ୍ଜାବ ପ୍ରଦେଶର ଜଣେ ଇଞ୍ଜିନିୟରିଂ ଛାତ୍ର ।

ପ୍ରବିଣ କୁମାର ଦାସ ଯିଏକି ଲଭଲି ପ୍ରଫେସନାଲ ୟୁନିଭର୍ସିଟିର ଜଣେ ଇଞ୍ଜିନିୟରିଂ ଛାତ୍ର ଏକ ‘କବଚ’ ଉଦ୍ଭାବନ କରିଛନ୍ତି । ଏହି କବଚଟି ପିନ୍ଧିଲେ ଯଦି ଆପଣଙ୍କ ସମ୍ମୁଖରେ ଅନ୍ୟ ଜଣେ ବ୍ୟକ୍ତି ଛିଡ଼ା ହୋଇଛନ୍ତି ତେବେ ଏହି କବଚଟି ହିଁ ଆପଣଙ୍କୁ ତରଙ୍ଗ ସୃଷ୍ଟି କରିବା ସହିତ ଆପଣଙ୍କୁ ଦୂରତା ରକ୍ଷା କରିବାକୁ ସତର୍କ ସୂଚନା ଦେବ । ଏପରିକି ଏହି କବଚଟି ଆପଣଙ୍କୁ ଘଡ଼ିକୁ ଘଡ଼ି ହାତ ଧୋଇବାକୁ ମଧ୍ୟ ଏକ ଆଲାର୍ମ ବଜାଇବ ।

ମଣିଷ ଶରୀରର ତାପମାତ୍ରା, ଏଲଇଡ଼ି, ଭାଇବ୍ରେଟର ଏବଂ ବ୍ୟାଟେରୀ ଦ୍ୱାର ପ୍ରବିଣ ଏହି କବଚଟି ତିଆରି କରିଛନ୍ତି ।

ଏହି କବଚଟିକୁ ମଧ୍ୟ ବେକରେ ଲକେଟ କରି ପିନ୍ଧିହେବ । ଏହି କବଚଟି କିଛିଦିନ ପରେ ବଜାରରେ ମଧ୍ୟ ଉପଲବ୍ଧ ହେବାକୁ ଯାଉଛି ବୋଲି ପିଟିଆଇ ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.