Latest Odisha News

BREAKING NEWS

ଲକ୍ ଡାଉନ ସମୟରେ ନିୟମ ଉଲ୍ଲଂଘନ ଅଭିଯୋଗରେ ୧୪୯ ଜଣଙ୍କ ନାଁରେ ମାମଲା

ଭୁବନେଶ୍ୱର: କରୋନା ଭୟବହତାକୁ ଦୃଷ୍ଟିରେ ରଖି ରାଜ୍ୟରେ ଲକ୍ ଡାଉନ ଘୋଷଣା ହୋଇଛି । ଏହି ସମୟରେ ରାସ୍ତା ଘାଟରେ ଯିବା ଆସିବା ଉପରେ କଟକଣା ଲାଗିଛି । କିନ୍ତୁ ଏହାକୁ ଅବମାନନା କରୁଥିବା ଅଭିଯୋଗରେ ଗତ ୨୪ ତାରିଖ ସକାଳୁ ୨୫ତାରିଖ ସକାଳ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୪୯ଟି ମାମଲା ରୁଜୁ ହେବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଓଡିଶା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଏ ମଧ୍ୟରୁ ୧୩୭ଟି ମାମଲା ଲକ-ଡାଉନ ନିର୍ଦ୍ଦେଶର ଉଲ୍ଲଂଘନ ଓ ୫ଟି ମାମଲା ହୋମକ୍ୱାରେଣ୍ଟାଇନ ନିର୍ଦ୍ଦେଶାବଳୀ ଉଲ୍ଲଂଘନର ରହିଛି । ଏହା ଛଡା ୫ଟି ମାମଲା କୋଭିଡ୧୯ ସମ୍ବନ୍ଧୀୟ ଅନ୍ୟ ନିୟମାବଳୀ ଅବମାନନାର ରହିଛି ।

Leave A Reply

Your email address will not be published.