Latest Odisha News

BREAKING NEWS

୧୪ ଏପ୍ରିଲ ରାତି ୧୨ଟା ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ଟ୍ରେନ ସେବା ବାତିଲ୍

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ ବ୍ୟାପିବାକୁ ଆଖି ଆଗରେ ରଖି ଭାରତୀୟ ରେଳପଥ ପକ୍ଷରୁ ସମସ୍ତ ଯାତ୍ରୀବାହୀ ଟ୍ରେନକୁ ୧୪ ଏପ୍ରିଲ୍ ୨୦୨୦ ରାତି ୧୨ ପର୍ଯ୍ୟନ୍ତ ବାତିଲ୍ କରାଯାଉଛି । ଏ ସମୟ ମଧ୍ୟରେ ସମସ୍ତ ମେଲ, ଏକ୍ସପ୍ରେସ ଟ୍ରେନ, ପ୍ରିମିୟମ ଟ୍ରେନ, ପ୍ୟାସେଞ୍ଜର ଟ୍ରେନ ସମେତ କୋଲକାତା ମେଟ୍ରୋ ରେଳପଥର ଟ୍ରେନ ଓ ଉପନଗର ଅଞ୍ଚଳରେ ଚଳାଚଳ କରୁଥିବା ଟ୍ରେନ ସେବା ମଧ୍ୟ ବନ୍ଦ ରହିବ ।

ତେବେ ଜରୁରୀ ସାମଗ୍ରୀ ଯୋଗାଣ ସୁନିଶ୍ଚିତ କରିବା ଲାଗି ମାଲବାହୀ ଟ୍ରେନ ଚଳାଚଳ ପୂର୍ବପରି ଜାରି ରହିବ ।

Leave A Reply

Your email address will not be published.