Latest Odisha News

BREAKING NEWS

ଆଜି ଓଡ଼ିଶାରେ ୪୪୬୯ କରୋନା ପଜିଟିଭ୍, ୧୬ ଜିଲ୍ଲାରେ ଶହେରୁ କମ୍ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ତଳକୁ ତଳକୁ ଖସୁଛି କରୋନା ସଂକ୍ରମଣ । ଲଗାତାର ଦ୍ୱିତୀୟ ଦିନରେ ଦୈନିକ ସଂକ୍ରମଣ ପାଞ୍ଚ ହଜାର ତଳେ ରହିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪ହଜର ୪୬୯ ପଜିଟିଭି । ଏଥିରେ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି ୨ହଜାର ୫୪୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୯ଶହ ୨୩ । ଆଜି ୬୨ହଜାର ୩୪ କୋଭିଡ୍ ଟେଷ୍ଟ ହୋଇଛି । ରାଜ୍ୟରେ ପଜିଟିଭ୍ ହାର ୭.୨୦%କୁ ହ୍ରାସ ପାଇଛି ।

ଖୋର୍ଦ୍ଧାରୁ ସର୍ବାଧିକ ୬୧୨ ଆକ୍ରାନ୍ତ ବାହାରିଥିବା ବେଳେ କଟକରୁ ୪୧୩, ଯାଜପୁରରୁ ୩୭୦, ବାଲେଶ୍ୱରରୁ ଚିହ୍ନଟ ହୋଇଛନ୍ତି ୩୧୮ ଆକ୍ରାନ୍ତ ।ଢେଙ୍କାନାଳରୁ ଆଉ ୨୫୨ ସଂକ୍ରମିତ ହୋଇଥିବା ବେଳେ ପୁରୀରୁ ୨୪୩, ଅନୁଗୋଳରୁ ୨୨୬, ମୟୂରଭଞ୍ଜ ଜିଲ୍ଲାରୁ ୨୧୬ ପଜିଟିଭି ବାହାରିଛନ୍ତି । ବାକି ସବୁ ଜିଲ୍ଲାରେ ଦୁଇ ଶହ ଭିତରେ ରହିଛି ଦୈନିକ ସଂକ୍ରମଣ ।

୧୬ ଜିଲ୍ଲା ବରଗଡ଼, ବଲାଙ୍ଗିର, ବୌଦ୍ଧ, ଦେବଗଡ଼, ଗଜପତି, ଗଞ୍ଜାମ, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, କୋରାପୁଟ, ମାଲକାନଗିରି, ନୂଆପଡ଼ା, ସମ୍ୱଲପୁର ଓ ସୋନପୁରରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୮ଲକ୍ଷ ୫୧ହଜାର ୭୮୨କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୭ଲକ୍ଷ ୮୯ହଜାର ୬୬ ଆକ୍ରାନ୍ତ । ଏବେ ରାଜ୍ୟରେ ୫୯ହଜାର ୩୬୧ଟି ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.