ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ଓଡ଼ିଶାରେ ସକ୍ରିୟ ହୋଇଛି ମୌସୁମୀ । ଏହାର ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା । କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇଛି । ଆଜି ସାରା ଓଡ଼ିଶାକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଛୁଇଁବ । ଆସନ୍ତା ୧୨ ଘଣ୍ଟାରେ ସାରା ଓଡ଼ିଶାରେ ମୌସୁମୀ ସକ୍ରିୟ ହେବା ସହ ବର୍ଷା ହେବ ।
୭ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ
ପାଇଁ ୭ ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ ଓ କେନ୍ଦ୍ରାପଡ଼ାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ୧୧ ଜିଲ୍ଲା ପୁରୀ, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଅନୁଗୋଳ, ଦେବଗଡ଼, ସମ୍ୱଲପୁର, ସୁବର୍ଣ୍ଣପୁର, ସୁନ୍ଦରଗଡ଼, ନବରଙ୍ଗପୁର ଓ କୋରାପୁଟକୁ ୟେଲୋ ଓ୍ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ।
ସାରା ଓଡ଼ିଶାକୁ ଛୁଇଁବ ମୌସୁମୀ
ଗତକାଲି ରାତି ୯ଟା ସୁଦ୍ଧା ଭୁବନେଶ୍ୱରରେ ୬୨ ମିଲିମିଟର ଓ କଟକରେ ୩୯ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା । ସେହିପରି କେନ୍ଦୁଝରରେ ୮୧ ମିଲିମିଟର ବର୍ଷିଥିଲା । ଗତକାଲି ମୌସୁମୀ ବାୟୁ ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାରେ ପ୍ରବେଶ କରିଥିବା ବେଳେ ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାର କିଛି ଅଞ୍ଚଳକୁ ଛୁଇଁଥିଲା ।
BREAKING NEWS
- ଦୁର୍ଗାପୂଜା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆଇଜି; ୧,୨୪୩ଟି ପୂଜା ମଣ୍ଡପରେ…
- ଲସ୍ ଆଞ୍ଜେଲସରେ ହେବ ‘ରାମାୟଣ’ର ୱାର୍ଲ୍ଡ ପ୍ରିମିୟର
- ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେଙ୍କୁ ମୁମ୍ବାଇର ‘ଶିବତୀର୍ଥ’ ବାସଭବନରେ ଭେଟିଲେ ଅଭିନେତା ଆମିର ଖାଁ
- ରଣଜୀ ଟ୍ରଫି: ଓଡ଼ିଶାର ଭଲ ଆରମ୍ଭ ପରେ ମଜବୁତ ସ୍ଥିତିକୁ ଫେରିଲା କେରଳ, ସଚିନ୍ ବେବିଙ୍କ ଶତକ
- ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ କାରକୁ ଗୁଳିମାଡ଼
- ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ୨ୟ ଟେଷ୍ଟ୍ରେ ୧୦୦ ବର୍ଷର ଐତିହାସିକ ରେକର୍ଡ
- ଶୀତଳା ମାତା ମନ୍ଦିର ଦୁର୍ଘଟଣା; ଡ୍ରାଇଭରଙ୍କୁ ଜଣାନଥିଲା ରାସ୍ତା, ଗୁଗୁଲ୍ ମ୍ୟାପ୍ ପାଇଁ…
- ପ୍ରାଚୀନ ମିଶରରେ ବିରାଡ଼ିଙ୍କୁ ମାରିଲେ ମିଳୁଥିଲା ମୃତ୍ୟୁଦଣ୍ଡ — ଜାଣନ୍ତୁ କାହିଁକି ରହିଥିଲା ଏଭଳି କଡ଼ା କାନୁନ୍?
- ବାଲିଯାତ୍ରା ପଡ଼ିଆ ନିକଟରୁ ନାବାଳକ ମୃତଦେହ ଉଦ୍ଧାର, ହତ୍ୟା ଷଡ଼ଯନ୍ତ୍ର…
- ଭାରତ ସିରିଜ୍ରୁ ୨୮୫ କୋଟି ଟଙ୍କା ରୋଜଗାର, କିନ୍ତୁ ୱେଷ୍ଟଇଣ୍ଡିଜ୍ ପାଇବ ଶୂନ

Comments are closed.