Latest Odisha News

BREAKING NEWS

ଓଡ଼ିଶାରୁ କରୋନା ନେଲା ଆଉ ୪୫ ଜୀବନ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ନିମ୍ନଗାମୀ ହେଉଛି । କିନ୍ତୁ ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ । ୪୦ରୁ ଖସିବାର ନାଁ ଧରୁନି । ଗତ ୨୪ ଘଣ୍ଟାରେ ରାଜ୍ୟରୁ କରୋନା ନେଇଛି ଆଉ ୪୫ ଆକ୍ରାନ୍ତଙ୍କ ଜୀବନ । ଚିକିତ୍ସାଧୀନ ଅବସ୍ଥାରେ ୧୯ ଜିଲ୍ଲାରୁ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୬ ଓ କଟକରୁ ୪ ଜଣ ପ୍ରାଣ ହରାଇଛନ୍ତି ।

ଅନୁଗୋଳ, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଆଉ ୩ ଜଣ ଲେଖାଏଙ୍କ ମୃତ୍ୟୁବରଣ କରିଛନ୍ତି । ସେହିପରି ବାଲେଶ୍ୱର, ବରଗଡ଼, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରୁ ୨ ଜଣ ଲେଖାଏ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।

ଗଜପତି, ଝାରସୁଗୁଡ଼ା, କଳାହାଣ୍ଡି, ନୟାଗଡ଼ ଓ ନୂଆପଡ଼ା ଜିଲ୍ଲାରୁ ଆଉ ଜଣେ ଲେଖାଏ ଆକ୍ରାନ୍ତଙ୍କ ଜୀବନ ନେଇଛି ପ୍ରାଣଘାତୀ କରୋନା । ରାଜ୍ୟରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୩ହଜାର ୩୦୨କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.