Latest Odisha News

BREAKING NEWS

ଗତ ୨୪ଘଣ୍ଟାରେ ରାଜ୍ୟରେ ୨୨୮ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: କରୋନା ସଂକ୍ରମଣ ଦିନକୁ ଦିନ ଉପରମୁହାଁ ହେଉଛି । ଗତ ୨୪ଘଣ୍ଟା ଭିତରେ ରାଜ୍ୟରେ ୨୨୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୩୧ଜଣ ସଙ୍ଗରୋଧରୁ ଓ ସ୍ଥାନୀୟ ସଂକ୍ରମଣରୁ ୯୭ଜଣ ଆକ୍ଟିଭ୍ କେସ୍ ରହିଛନ୍ତି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୩୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଅନୁଗୁଳରୁ ୨ଜଣ, ବାଲେଶ୍ୱରରୁ ଜଣେ, ଭଦ୍ରକରୁ ୨ଜଣ, ବଲାଙ୍ଗୀରରୁ ଜଣେ, ବୌଦ୍ଧରୁ ୨ଜଣ, କଟକରୁ ୧୨ଜଣ, ଦେବଗଡ଼ରୁ ୬ଜଣ, ଢ଼େଙ୍କାନାଳରୁ ୪ଜଣ, ଗଜପତିରୁ ୩ଜଣ, ଗଞ୍ଜାମରୁ ୫ଜଣ, ଜଗତସିଂହପୁରରୁ ଜଣେ, ଯାଜପୁରରୁ ୨ଜଣ, ଝାରସୁଗୁଡ଼ାରୁ ୯ଜଣ, କେନ୍ଦ୍ରାପଡ଼ାରୁ ୨ଜଣ, କେନ୍ଦୁଝରରୁ ୫ଜଣ, ଖୋର୍ଦ୍ଧାରୁ ୧୦୫ଜଣ, କୋରାପୁଟରୁ ୨ଜଣ, ମୟୁରଭଞ୍ଜରୁ ୩ଜଣ, ନବରଙ୍ଗପୁରରୁ ୩ଜଣ, ନୟାଗଡ଼ରୁ ୫ଜଣ, ପୁରୀରୁ ୫ଜଣ, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୬ଜଣ, ସୁନ୍ଦରଗଡ଼ରୁ ୧୫ଜଣ, ଷ୍ଟେଟ୍ ପୁଲରୁ ୨୬ଜଣ କୋଭିଡ଼ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ୫୪ ହଜାର ୮୩୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦ ଲକ୍ଷ ୪୪ହଜାର ୫୯୪ଜଣ ସୁସ୍ଥ ଅଛନ୍ତି । ଏବେ ସୁଦ୍ଧା ୧ହଜାର ୭୨୭ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।

Leave A Reply

Your email address will not be published.