Latest Odisha News

BREAKING NEWS

ବଢୁଛି ଓମିକ୍ରନ୍‌ ମାମଲା; ବଢିପାରେ କଟକଣା

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମହାରାଷ୍ଟ୍ରରେ ଦେଶରେ ପ୍ରଥମ ଓମିକ୍ରନ୍‌ ମୃତ୍ୟୁ ରିପୋର୍ଟ ହୋଇଛି। ଏହାକୁ ଦୃଷ୍ଟିରେ ରଖି କରୋନା ମହାରାଷ୍ଟ୍ରରେ ଅଧିକ ପ୍ରତିବନ୍ଧକ ଲଗାଯିବା ନେଇ ରାଜ୍ୟରେ କୋଭିଡ ନିୟନ୍ତ୍ରଣ ପାଇଁ ସ୍ଥାପିତ କୋଭିଡ-୧୯ ଟାସ୍କ ଫୋର୍ସ ଏଠାରେ ଥିବା ସର୍ବସାଧାରଣ ସ୍ଥାନରେ କଟକଣାକୁ ଆହୁରି ବଢାଇବାକୁ ଉଦ୍ଧବ ଠାକରେ ସରକାରଙ୍କୁ ସୁପାରିଶ କରିଛି।

BjdElectrycity

କୋଭିଡ-୧୯ ଟାସ୍କ ଫୋର୍ସରେ ଜଡିତ ଅଧିକାରୀମାନେ ୨ ଘଣ୍ଟିଆ ଦୀର୍ଘ ବୈଠକ କରିଥିଲେ। ଏହି ବୈଠକରେ ରାଜ୍ୟରେ କରୋନା ଭୂତାଣୁ ସମ୍ପର୍କିତ ସର୍ବଶେଷ ପରିସ୍ଥିତି ଉପରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଟାସ୍କଫୋର୍ସ ଅଧିକାରୀମାନେ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଯେ ରାଜ୍ୟରେ କୋଭିଡ ମାମଲାକୁ ଦୃଷ୍ଟିରେ ରଖି ଅଧିକ ପ୍ରତିବନ୍ଧକ ଲଗାଇବାକୁ ପଡ଼ିବ। ଟାସ୍କଫୋର୍ସ ଟେଷ୍ଟ କିଟ୍ ଉପରେ ମଧ୍ୟ ଆଲୋଚନା କରିଛି ଯାହା ରୋଗୀର କେଉଁ ପ୍ରକାର (ଡେଲଟା କିମ୍ବା ଓମିକ୍ରନ୍) ସଂକ୍ରମିତ ହୋଇଛି ତାହା ଚିହ୍ନଟ କରିବାରେ ବିଫଳ ହୋଇଛି।

Leave A Reply

Your email address will not be published.