Latest Odisha News

BREAKING NEWS

ଜାନୁଆରୀ-ଫେବ୍ରୁଆରୀରେ ଭାରତରେ ପିକରେ ରହିବ କରୋନା ତୃତୀୟ ଲହର, IIT ପ୍ରଫେସରଙ୍କ ଦାବି

ନୂଆଦିଲ୍ଲୀ: କରୋନାର ନୂଆ ଷ୍ଟ୍ରେନ୍ ଓମିକ୍ରନ୍ ସାରା ବିଶ୍ୱକୁ ଡରାଇଲାଣି । ନୂଆବର୍ଷରେ ଭାରତରେ ଏହାର ପ୍ରଭାବ ଦେଖିବାକୁ ମିଳିପାରେ । ଏଭଳି ଆକଳନ କରୁଛନ୍ତି ବିଶେଷଜ୍ଞ । ଜାନୁଆରୀ ଶେଷ ସପ୍ତାହ କିମ୍ବା ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ପିକ୍ ଛୁଇଁପାରେ । ଆଇଆଇଟି କାନପୁରର କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନିୟରିଂ ବିଭାଗ ପ୍ରଫେସର ତଥା ଡେପୁଟୀ ଡାଇରେକ୍ଟର ମନୀନ୍ଦର ଅଗ୍ରଓ୍ୱାଲ ଏହି ଦାବି କରିଛନ୍ତି ।

ସେ କହିଛନ୍ତି, ଓମିକ୍ରନ ଭାରିଆଣ୍ଟ ଦ୍ରୁତ ମାଡୁଛି । କିନ୍ତୁ ଅଧିକ ଘାତକ ବୋଲି ସ୍ପଷ୍ଟ ହୋଇନି । ଏହି ଭାରିଆଣ୍ଟ ହାଇ ଇମ୍ୟୁନିଟିକୁ ବାଇପାସ୍ କରିବା ସମ୍ଭାବନା କମ୍ । ଏହାଦ୍ୱାରା ଗମ୍ଭୀର ଲକ୍ଷଣ ଦେଖା ଦେଉନି । ପ୍ରଫେସର ମନୀନ୍ଦର ଅଗ୍ରଓ୍ୱାଲଙ୍କ ରିସର୍ଚ୍ଚ ଅନୁସାରେ, ଭାରତରେ ଓମିକ୍ରନର ଗମ୍ଭୀରତା ଅଧିକ ହେବା ସମ୍ଭାବନା କମ୍ । କାରଣ ୮୦ ପ୍ରତିଶତ ଲୋକଙ୍କ ପାଖରେ ଓତଃପ୍ରୋତ ଭାବରେ ରୋଗ ପ୍ରତିରୋଧକ ଶକ୍ତି ତିଆରି ହୋଇ ସାରିଛି । ଏହାଦ୍ୱାରା ତୃତୀୟ ଲହର ଆସିଲେ ବି ମାରାତ୍ମକ ଡେଲଟା ଭାରିଆଣ୍ଟ ଭଳି ଘାତକ ହୋଇ ନପାରେ ବୋଲି ସେ କହିଛନ୍ତି ।

କରୋନାର ପ୍ରଥମ ଓ ଦ୍ୱିତୀୟ ଲହରକୁ ନେଇ ସେତେବେଳେ ରିସର୍ଚ୍ଚ କରିଥିଲେ ପ୍ରଫେସର ମନୀନ୍ଦର ଅଗ୍ରଓ୍ୱାଲ । ତାଙ୍କର ଅନୁମାନ କେତେକାଂଶରେ ଠିକ ପ୍ରମାଣ ହୋଇଛି । ଦକ୍ଷିଣ ଆଫ୍ରିକାରୁ କରୋନାର ନୂଆ ଷ୍ଟ୍ରେନ୍ ଓମିକ୍ରନ ଚିହ୍ନଟ ହୋଇଛି । ଏହା ଧୀରେ ଧୀରେ ୩୦ ଦେଶକୁ ମାଡ଼ିଲାଣି ।

ଭାରତରେ ଏଯାଏ ୪ଟି କେସ୍ କର୍ଣ୍ଣାଟକ, ଗୁଜରାଟ ଓ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛି । ୫୦ ଥର ରୂପ ବଦଳାଇଥିବା ଏହି ଭାରିଆଣ୍ଟକୁ ନେଇ ବୈଜ୍ଞାନିକ ଅଧିକ ଗବେଷଣା ଚଳାଇଛନ୍ତି । ଓମିକ୍ରନ ଉପରେ ଟିକା କାମ ଦେବ କି ନାହିଁ ଗବେଷଣା ଜାରି ରହିଛି ।

Leave A Reply

Your email address will not be published.