Latest Odisha News

BREAKING NEWS

ଜି-୭ ସମ୍ମିଳନୀରେ ଯୋଗଦେବାକୁ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କଲେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ

ନୂଆଦିଲ୍ଲୀ:ବ୍ରିଟେନରେ ଜୁନ ୧୧ରୁ ୧୩ ପର୍ଯ୍ୟନ୍ତ ହେବାକୁ ଥିବା ଜି-୭ ରାଷ୍ଟ୍ରର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ବୋରିସ ଜନଶନ ଭାରତର ପିଏମ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି । ଏଥିପାଇଁ ସେ ବ୍ୟକ୍ତିଗତ ଭାବେ ମୋଦିଙ୍କ ନିକଟକୁ ପତ୍ର ଲେଖିଛନ୍ତି । ସାଧାରଣତନ୍ତ୍ର ଦିବସରେ ଜନସନଙ୍କୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବାପାଇଁ ନିମନ୍ତ୍ରଣ କରାଯାଇଥିଲା । ମାତ୍ର କରୋନାର ନୂଆ ଷ୍ଟ୍ରେନ ବ୍ୟାପିବା ଯୋଗୁ ଜନସନ ତାଙ୍କର ଭାରତ ଗସ୍ତ ବାତିଲ କରିଥିଲେ ।

ଜି-୭ ସମ୍ମିଳନୀରେ ଜଳାବାୟୁ ପରିବର୍ତନ ସମସ୍ୟା ଓ କରୋନା ସଙ୍କଟ ଯୋଗୁ କ୍ଷତିଗ୍ରସ୍ତ ଅର୍ଥନୀତିକୁ କିପରି ମଜଭୁତ କରାଯିବ ସେ ନେଇ ଆଲୋଚନା କରାଯିବ । ଜି-୭ ଦେଶ(ଆମେରିକା, କାନାଡା, ଫ୍ରାନ୍ସ,ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ) ବ୍ୟତୀତ ଭାରତ, ଦକ୍ଷିଣ କୋରିଆ ଓ ଅଷ୍ଟ୍ରେଲିଆକୁ ବ୍ରିଟେନ ପକ୍ଷରୁ ନିମନ୍ତ୍ରଣ କରାଯାଇଛି । ଗତବର୍ଷ କରୋନା ଯୋଗୁ ଏହି ସମ୍ମିଳନୀ ଆୟୋଜିତ ହୋଇପାରି ନ ଥିଲା ।

Leave A Reply

Your email address will not be published.