Latest Odisha News

BREAKING NEWS

କୋଟିପତି ଗଞ୍ଜେଇ ମାଫିଆ ଗିରଫ, ପଶ୍ଚିମବଙ୍ଗ ସମେତ ଅନ୍ୟ ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଥିବା ସନ୍ଦେହ 

ମୟୂରଭଞ୍ଜ: କୋଟିପତି ଗଞ୍ଜେଇ ମାଫିଆ ଗିରଫ । ଏହାସହ ଜବତ ହୋଇଛି ଲକ୍ଷାଧିକ ଟଙ୍କାର ଗଞ୍ଜେଇ । ଗିରଫ ଗଞ୍ଜେଇ ମାଫିଆ ହେଲେ ମୟୂରଭଞ୍ଜ କପ୍ତିପଦା ଥାନା କୟାଁଖୁଂଟା ଗାଁର ଶରତ ନାଏକ । ଦୁଇ ବର୍ଷ ହେବ ଜନବସତିରେ ରହି ସେ ଗଞ୍ଜେଇ କାରବାର କରି ଆସୁଥିଲା । ବିଶେଷସୂତ୍ରରୁ ଖବର ପାଇ ସ୍ପେଶାଲ୍ ସ୍କ୍ୱାର୍ଡ ସହିତ ପୋଲିସ୍ ମିଳିତ ଭାବେ ଚଢାଉ କରି ଗଞ୍ଜେଇ ମାଫିଆ ଶରତକୁ ଗିରଫ କରିଛି ।

BjdElectrycity

ଗତକାଲି ରାତିରେ ଶରତର ବାସଭବନ ଚଢାଉ କରିଥିଲା ସ୍ପେଶାଲ୍ ସ୍କ୍ୱାର୍ଡ ଏବଂ ପୋଲିସ୍ । ସେଠାରୁ ଏକ କୁଇଂଟାଲ ଗଞ୍ଜେଇ ସହିତ ଲକ୍ଷାଧିକ ଟଙ୍କା, ସୁନା ଅଳଙ୍କାର ମଧ୍ୟ ଜବତ କରାଯାଇଛି । 

ଗଞ୍ଜେଇ ମାଫିଆ ଶରତ ନିଜ ପୈତୃକ ଘର କୟାଁଖୁଂଟାରେ କୋଟି କୋଟି ଟଙ୍କାରେ ଏକ ବଙ୍ଗଳା ତିଆରି କରିଛି । ଘର ନିକଟରେ ଥିବା ଅନ୍ୟ ଏକ ଭଙ୍ଗା ଦଦରା ଘରେ  ବଡବାକ୍ସରେ ଗଞ୍ଜେଇ ରଖି ତାହାକୁ ବିକ୍ରି କରୁଥିଲା । ଗଞ୍ଜେଇ ଗୁଡିକୁ ଏକ କିଲୋ ହିସାବରେ ପ୍ୟାକିଂ କରି ବିକ୍ରୀ କରାଯାଉଥିଲା । ପୈତୃକ ଘରୁ ୪ ଗୋଟି ବସ୍ତା ଗଞ୍ଜେଇ ଜବତ ହୋଇଛି । ଯାହାର ଓଜନ ଏକ କୁଇଂଟାଲ ହେବ । 

ଏହା ସହିତ ଉଦଳାସ୍ଥିତ ଏକ ଭଡା ଘରୁ ୧୬ଟି ବସ୍ତା ଜବତ ହୋଇଛି । ଉଦଳା ଏନଏସିର ୩ ନଂ ୱାର୍ଡରେ ରହୁଥିବା ଘରେ ଚଢାଉ କରାଯାଇ ସେଠାରୁ ସାଢେ ତିନି କୁଇଂଟାଲ ଗଞ୍ଜେଇ ଜବତ କରାଯାଇଛି । ୩୫ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇକୁ ଜବତ କରିଛି ସ୍ପେଶାଲ୍ ସ୍କ୍ୱାର୍ଡ । 

ଶରତର ଦୁଇଟି ଗାଡି ଅଛି । ଉଭୟ ଗାଡିର ପଶ୍ଚିମବଙ୍ଗ ନମ୍ବର ରହିଛି । ତେଣୁ ସେ ଏହି ଗଞ୍ଜେଇ ପଶ୍ଚିମବଙ୍ଗ ଏବଂ ଅନ୍ୟ ରାଜ୍ୟକୁ ଚାଲାଣ କରୁଥିବା ସନ୍ଦେହ କରାଯାଉଛି । ତେବେ ଏହି ଗଞ୍ଜେଇ ଜବତ ହେବା ପରେ ଏହା ପଛରେ ଏକ ବଡ ରାକେଟ୍ କାମ କରୁଥିବା ସ୍ପଷ୍ଟ ହୋଇଛି । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । 

Leave A Reply

Your email address will not be published.