Latest Odisha News

‘ରାଜ୍ୟରେ ଓମିକ୍ରନ ଭାରିଆଣ୍ଟ, ଚାରି ପ୍ରମୁଖ ସହରରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ’

ଓଡ଼ିଶା ସମ୍ବାଦ ବ୍ୟୁରୋ: କରୋନା ସଂକ୍ରମଣ ଭିତରେ ଭିତରେ ବଢିବାରେ ଲାଗିଛି । ରାଜ୍ୟର ପ୍ରମୁଖ ସହର ଭୁବନେଶ୍ୱର, କଟକ, ରାଉରକେଲା ଓ ପୁରୀରେ କରୋନା ସଂକ୍ରମଣ ବଢୁଛି। କିନ୍ତୁ ହସ୍ପିଟାଲରେ ଆକ୍ରାନ୍ତ ଭର୍ତ୍ତି ହେବା ସଂଖ୍ୟା କମ୍ ରହିଥିବାରୁ ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି କୁହାଯାଉଛି। ୯୯ ପ୍ରତିଶତ ଆକ୍ରାନ୍ତ ଘରେ ସଙ୍ଗରୋଧ ହୋଇ ଚିକିତ୍ସିତ ହେଉଥିବା ବେଳେ ହସ୍ପିଟାଲରେ ଏକ ପ୍ରତିଶତ ଚିକିତ୍ସିତ ହେଉଛନ୍ତି।

ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳଙ୍କ ସୂଚନା ଅନୁଯାୟୀ, ଏବେ ରାଜ୍ୟରେ କରୋନା ସଂକ୍ରମିତ ୩୨୦୦ ପାଖାପାଖି ରହିଛି। ଏକ ପ୍ରତିଶତ ଲୋକ ହସ୍ପିଟାଲରେ ଅଛନ୍ତି। ୯୯ ପ୍ରତିଶତ ଲୋକ ଘରେ ସଙ୍ଗରୋଧରେ ରହିଛନ୍ତି। ପୂର୍ବରୁ ମାସେ ତଳେ ଦିନକୁ ୧୦ ହଜାର ଟେଷ୍ଟି ସଂଖ୍ୟା ଥିଲା। ଏବେ ୧୫ ହଜାର ଟେଷ୍ଟିଂ ରହିଛି। ରବିବାର ଓ ଛଟି ଦିନରେ ଟେଷ୍ଟିଂ କମ୍ ରହୁଛି। ଏବେ ଦିନକୁ ୨୫ ହଜାର ଟେଷ୍ଟିଂ ସଂଖ୍ୟା ପାଇଁ କମ୍ ରହୁଛି । ତେବେ  ପୂର୍ବରୁ ଦ୍ଵିତୀୟ ଓ ତୃତୀୟ ଡୋଜ ଭିତରେ ୯ ମାସ ବ୍ୟବଧାନ ରହୁଥିଲା। ଏବେ ତାହା ୬ ମାସ କରାଯାଇଛି।

ସେପଟେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି,  ରାଜ୍ୟରେ କରୋନାର ଡେଲଟା ଭାରିଆଣ୍ଟ ପୂର୍ବଭଳି ଆଉ ନାହିଁ । ଏବେ ଓମିକ୍ରନ ଭାରିଆଣ୍ଟ ରହିଛି । ତେଣୁ କରୋନା ଲକ୍ଷଣ ଚିହ୍ନଟ ହେଲେ ସଙ୍ଗରୋଧ ହେବା ଆବଶ୍ୟକ। ଯେଉଁ ଟ୍ରେଣ୍ଡ ରାଜ୍ୟରେ ରହିଛି ତାହା ବେଶୀ ଦିନ ରହିବ ନାହିଁ ବୋଲି ଆଶା ରହିଛି।

ରାଜ୍ୟରେ ସଂକ୍ରମଣ ୫୦୦ରୁ ୬୦୦ ଭିତରେ ରହୁଛି। ପ୍ରଥମ ଲହରରେ ୧୫ ପ୍ରତିଶତ ଲୋକେ ମେଡ଼ିକାଲ ଯାଉଥିଲେ । ଏବେ ୩୩୬୦ ଆକ୍ଟିଭ କେସ ମଧ୍ୟରୁ ୨୮ ଜଣ ହସ୍ପିଟାଲରେ ରହିଛନ୍ତି । ଯାହା କି ବହୁତ ନଗଣ୍ୟ। ଏହାର ଅର୍ଥ ଅଧିକାଂଶ ଲୋକେ ବିନା ଲକ୍ଷଣ ଯୁକ୍ତ ରହୁଛନ୍ତି। ଯଦି ଲକ୍ଷଣ ରହିଛି ସେମାନେ ଗୁରୁତର ହେଉ ନାହାନ୍ତି କି ଡାକ୍ତରଖାନା ଯାଉ ନାହାଁନ୍ତି। ଯେଉଁମାନେ ବହୁବିଧ ରୋଗରେ ଆକ୍ରାନ୍ତ ସେମାନେ ହସ୍ପିଟାଲ ଯିବାର ଆବଶ୍ୟକ ରହୁଛି।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ବି ୫୦୦ ଉପରେ ରହିଛି। ଗତ ୧୩ଦିନ ହେଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ତିନି ଅଙ୍କରୁ ତଳକୁ ଖସୁନଥିବା ବେଳେ ସୋମବାର ଦିନ ୫୭୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି କିନ୍ତୁ ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ହଠାତ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି।

Leave A Reply

Your email address will not be published.