Latest Odisha News

BREAKING NEWS

ରାଜ୍ୟରେ ଟିକା ଅଭାବ, ବୁଧବାର ୨ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର: ଭ୍ୟାକ୍ସିନ୍ ଅଭାବ ପାଇଁ ରାଜ୍ୟରେ ଟିକାକରଣ କମିବାରେ ଲାଗିଛି । ଏପ୍ରିଲ୍ ପ୍ରଥମ ସପ୍ତାହରେ ସରକାର ଦୈନିକ ୨ ଲକ୍ଷ ଟିକାକରଣ କରୁଥିବା ବେଳେ ମାସ ଶେଷ ବେଳକୁ ଏହା ୬୫ ହଜାର ପାଖାପାଖି ଖସି ଆସିଛି । ଏହାର ମୁଖ୍ୟ କାରଣ ହେଉଛି ଭ୍ୟାକ୍ସିନ୍ ଅଭାବ । ୨୭ ଏପ୍ରିଲ୍ ମଙ୍ଗଳବାର ରାଜ୍ୟର ମାତ୍ର ୬୧୭ଟି କେନ୍ଦ୍ରରେ ଟିକାକରଣ ହୋଇଛି । ୬୫ ହଜାର ୭୬୬ ଜଣଙ୍କୁ ଭ୍ୟାକ୍ସିନ୍ ଦିଆଯାଇଛି ।

ସେହିଭଳି ଆସନ୍ତାକାଲି ବୁଧବାର ରାଜ୍ୟର ୪୬୪ଟି କେନ୍ଦ୍ରରେ ଟିକା ଦେବାକୁ ଯୋଜନା କରାଯାଇଛି । ପର୍ଯ୍ୟାପ୍ତ ଭ୍ୟାକ୍ସିନ୍ ନଥିବାରୁ ସରକାର ଆସନ୍ତାକାଲି ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ଟିକାକରଣ ପାଇଁ କୌଣସି ଯୋଜନା କରାଯାଇନାହିଁ ।

ଆଜି ସୁଦ୍ଧା ରାଜ୍ୟରେ କୋଭିସିଲ୍ଡର ୫୪ ହଜାର ୪୦ ଡୋଜ୍ ଥିବାବେଳେ କୋଭାକ୍ସିନର ୩ ଲକ୍ଷ ୫୬ ହଜାର ୯୯୦ ଡୋଜ୍ ରହିଛି । କେବଳ ଭୁବନେଶ୍ୱର ସହରାଞ୍ଚଳରେ କୋଭାକ୍ସିନ୍ ଦିଆଯାଉଥିବା ବେଳେ ବାକି ସମସ୍ତ ୩୦ଟି ଯାକ ଜିଲ୍ଲାରେ କୋଭିସିଲ୍ଡ ଦିଆଯାଉଛି । ରାଜ୍ୟରେ ଆଜି ସୁଦ୍ଧା ମୋଟ ୫୭ ଲକ୍ଷ ୪ ହଜାର ୯୧୬ ଜଣଙ୍କୁ ଭ୍ୟାକ୍ସିନ୍ ଡୋଜ୍ ଦିଆଯାଇଛି ।

Leave A Reply

Your email address will not be published.