ନୂଆଦିଲ୍ଲୀ: ସାରା ଦେଶରେ ଲକ୍-ଡାଉନ୍ । ହେଲେ ସବୁଦିନ ଭଳି କାର୍ଯ୍ୟକ୍ଷମ ରହିବ ଇଣ୍ଡିଆନ୍ ଷ୍ଟକ୍ ମାର୍କେଟ୍ ।
ସାରା ଦେଶରେ କରୋନାଭାଇରସ୍ ର ମହାମାରୀ ଦେଖିବାକୁ ମିଳିଛି । ସ୍କୁଲ, କଲେଜଠୁ ଆରମ୍ଭ କରି ଅନେକ ବେସରକାରୀ ଓ ସରକାରୀ ସଂସ୍ଥା ଲକ୍-ଡାଉନ୍ ନିର୍ଦ୍ଦେଶକୁ ପାଳନ କରୁଛନ୍ତି ।
BSE day to day operations @BSEIndia will continue.
— Ashish Chauhan BSE (@ashishchauhan) March 24, 2020
ଏପରି ସ୍ଥିତିରେ ବିଏସଇ ର ସିଇଓ ଆଶିଷ କୁମାର ଚୌହାନ୍ ଇଣ୍ଡିଆନ୍ ଷ୍ଟକ୍ ମାର୍କେଟ୍ ଖୋଲା ରହିବା ନେଇ ଟୁଇଟ୍ ଜରିଆରେ ଘୋଷଣା କରିଛନ୍ତି ।
ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା ଅନଯାୟୀ ମଧ୍ୟରାତ୍ରୀରୁ ୨୧ ଦିନ ପର୍ଯ୍ୟନ୍ତ ସାରା ଭାରତରେ ଲାଗୁ ହୋଇଛି ଲକ୍–ଡାଉନ୍ ପ୍ରୋଟୋକୋଲ୍ । ଏ ପର୍ଯ୍ୟନ୍ତ ସାରା ଦେଶରେ କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୫୫୦ ଟପିଥିଲାବେଳେ ମୃତକଙ୍କ ସଂଖ୍ୟା ୧୦ରେ ପହଂଚିଛି ।
Comments are closed.