Latest Odisha News

BREAKING NEWS

ଓଡ଼ିଶାରୁ ଆଉ ୭୩୭ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୭୩୭ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଆଜି ଖୋର୍ଦ୍ଧାରୁ ୭୩ ଜଣ ସୁସ୍ଥ ହୋଇଛନ୍ତି।

ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ଅପରପକ୍ଷରେ ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୬୪୪ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ଅଛନ୍ତି କ୍ୱାରେଣ୍ଟାଇନରୁ ୩୬୯ ଜଣ ଓ ୨୭୫ଟି ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ।

ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ସୁଦ୍ଧା ୩,୧୬,୬୪୫ଟି କରୋନା ମାମଲା ରହିଥିବା ବେଳେ ମୋଟ୍ ୩,୦୮,୮୩୯ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏଥିସହିତ ୧୭୦୪ ଜଣ ମୃତ୍ୟୁ ବରଣ କରିଛନ୍ତି।

Leave A Reply

Your email address will not be published.