ଭୁବନେଶ୍ୱର: ଭୁବନେଶ୍ବର କ୍ୟାପିଟାଲ୍ ହସ୍ପିଟାଲରେ ଏମଆରଆଇ ପରୀକ୍ଷଣ ସୁବିଧା ଲୋକାର୍ପିତ କରିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ।
ଏହି ବ୍ୟବସ୍ଥାରେ ମସ୍ତିଷ୍କର ଆନଜିଓ, ଭେନୋଗ୍ରାମ୍, ଅରବିଟ୍, ମେରୁଦଣ୍ଡ, ମଣିବନ୍ଧ, କହୁଣୀ, କାନ୍ଧ, ମୁହଁ ଓ ବେକ, ତଳିପେଟ, ହାତଗୋଡ ଓ ପାଦ ଇତ୍ୟାଦିର ଆଭ୍ୟନ୍ତରୀଣ ପରୀକ୍ଷା ସମ୍ଭବ ହୋଇପାରିବ। ଏହି ପ୍ରକଳ୍ପରେ ରୋଗୀଙ୍କୁ ବିନାମୂଲ୍ୟରେ ସେବା ମିଳିବ ସୂଚନା ମିଳିଛି।
ଏହି ଅବସରରେ ଯୋଗ ଦେଇ ମନ୍ତ୍ରୀ କହିଛନ୍ତି ଯେ ରୋଗୀଙ୍କୁ ବିଶ୍ୱ ମାନକ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ରାଜ୍ୟ ସରକାର ମିଶନରେ ଅଛନ୍ତି। ବିଶେଷକରି ଅର୍ଥନୈତିକ ସ୍ତରରେ ରୋଗୀମାନେ ବର୍ତ୍ତମାନ ମାଗଣାରେ ଏହି ସୁବିଧା ପାଇପାରିବେ।
ଏହି ସୁବିଧା ଆନୁମାନିକ ୮ କୋଟି ଟଙ୍କା ମୂଲ୍ୟରେ ଯୋଗାଇ ଦିଆଯାଉଛି ବୋଲି ସୂଚନା ମିଳିଛି। ଏହା ପିପିପି ମୋଡରେ ଲଞ୍ଚ କରାଯାଇଛି।
ତେବେ ଏସମ୍ପର୍କରେ ଗତ ମାର୍ଚ୍ଚରେ ରାଜ୍ୟ ସରକାର ମନିପାଲ ହେଲଥମ୍ୟାପ ଡାଇଗ୍ନୋଷ୍ଟିକ୍ସ ପ୍ରା. ଲିମିଟେଡ ସହ ଏକ ଏମଓୟୁ ସ୍ୱାକ୍ଷର କରିଥିଲେ।