Latest Odisha News

BREAKING NEWS

ସାରା ବିଶ୍ୱରେ କରୋନା ନେଲାଣି ୨ ଲକ୍ଷରୁ ଅଧିକ ମୁଣ୍ଡ

ନୂଆଦିଲ୍ଲୀ: କରୋନା ପ୍ରଭାବରେ ସାରା ବିଶ୍ୱରେ ମୃତ୍ୟୁ ସଂଖ୍ୟା ଅସମ୍ଭବ ଭାବେ ବଢିଚାଲିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ ଏହି ମହାମାରୀ ପ୍ରଭାବରେ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୨,୯୨୧,୪୩୯ ଜଣ ଲୋକ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ ସଂଖ୍ୟା ୨୦୩,୨୮୯ ଛୁଇଁଛି। ଏହାସହ ୮୩୬,୯୭୮ ଜଣ ଆକ୍ରାନ୍ତ ଭଲ ହୋଇଥିବା ମଧ୍ୟ ରିପୋର୍ଟରେ ପ୍ରକାଶ ।

ଏହି ଭୂତାଣୁ ବର୍ତ୍ତମାନ ସୁଦ୍ଧା ପ୍ରାୟତଃ ସବୁ ଦେଶକୁ ବ୍ୟାପି ସାରିଛି। ମୋଟ କରୋନା ମାମଲା ମଧ୍ୟରୁ ଆମେରିକା ସର୍ବାଧିକ ସଂକ୍ରମିତ ଦେଶ ଭବେ ଚିହ୍ନଟ କରାଯାଇଛି ।

ଅନ୍ୟପଟେ ଭାରତରେ ମଧ୍ୟ ଏହା ନିଜର କାୟା ବିସ୍ତାର କରିବା ଆରମ୍ଭ କରି ଦେଲାଣି ।
ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ସାଢେ ୨୬୦୦୦ ଟପିଥିବା ବେଳେ ମୃତକଙ୍କ ସଂଖ୍ୟା ୮୦୦ ଟପିଛି ।

ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ ଏହାକୁ ମାର୍ଚ୍ଚ ୧୧ ରେ ମହମାରୀ ରୂପେ ଘୋଷଣା କରାଯାଇଥିଲା ।

Leave A Reply

Your email address will not be published.