Latest Odisha News

BREAKING NEWS

ଜିଏସ୍‌ଟି ଫାଙ୍କି ପାନମସଲା ଚାଲାଣ; ୯ ଲକ୍ଷ ୩୬ ହଜାର ଟଙ୍କା ଜରିମାନା

ଭଷ୍ମା:ଜିଏସ୍‌ଟି ଫାଙ୍କି ପାନମସଲା ଚାଲାଣ ବେଳେ ଏକ ଗାଡ଼ିକୁ ଧରିଲା ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ପୋଲିସ । ଜିଏସ୍‌ଟି ଅଧିକାରୀ ଜିଏସ୍‌ଟି ସମେତ ୯ ଲକ୍ଷ ୩୬ ହଜାର ଟଙ୍କା ଜରିମାନା କରିଛନ୍ତି ।

ପୋଲିସକୁ ସୂତ୍ରରୁ ସୂଚନା ମିଳିଥିଲା ଯେ ଶନିବାର ରାତିରେ ଜିଏସ୍‌ଟି ଫାଙ୍କି ଏକ ପାନମସଲା ବୋଝେଇ ଗାଡ଼ି (ଏନ୍‌ଏଲ୍ ୦୧ଏଇ-୧୭୭୬) ମଧ୍ୟପ୍ରଦେଶ ଇନ୍ଦୋରରୁ ଆସୁଛି। ଏହାପରେ ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଲ କୌରଙ୍କ ନିର୍ଦେଶରେ ଭଷ୍ମା ଥାନା ଅଧିକାରୀ ଅମର ହୋତାଙ୍କ ସହ ପୋଲିସ ଟିମ୍‌ ଗାଡ଼ିକୁ ବିଜୁ ଏକ୍ସପ୍ରେସ ୱେ ମସ୍ନିକାନି ଟୋଲପ୍ଲାଜାରେ ଅଟକାଇ ଯାଞ୍ଚ କରିଥିଲେ।

ତେବେ ଗାଡ଼ିରେ ପାନମସଲା ବସ୍ତା ଭରି ହୋଇଥିଲା କିନ୍ତୁ କେଉଁଠିକୁ ଯିବ ତାହା ଚାଳକଙ୍କୁ ଜଣା ନଥିଲା। କାଗଜପତ୍ରରେ ମଧ୍ୟ ସେନେଇ କିଛି ଉଲ୍ଲେଖ ନଥିଲା।

ଏହାପରେ ପୋଲିସ ଗାଡ଼ିକୁ ଥାନାରେ ଅଟକ ରଖି ଜିଏସ୍‌ଟି ଅଧିକାରୀଙ୍କୁ ସୂଚନା ଦେଇଥିଲେ। ସକାଳେ ଜିଏସଟି ଅଧିକାରୀ ଓ ଏନଫୋର୍ସମେଣ୍ଟ ଟିମ୍‌ ପହଞ୍ଚି ତଦନ୍ତ କରିଥିଲେ । ଏହା ପରେ ୪ ଲକ୍ଷ ୬୮ ହଜାର ଟଙ୍କା ଟ୍ୟାକ୍ସ ସହ ୯ ଲକ୍ଷ ୩୬ ହଜାର ଟଙ୍କା ଜରିମାନା କରିଥିଲେ।

Comments are closed.