Latest Odisha News

ଗାଈ ଶବକୁ ଘୋଷାଡ଼ି ନେଇ ଦୁଇ ବହିଷ୍କୃତ

ବ୍ରହ୍ମପୁର: ମୃତ ଗାଈକୁ ଗାଡ଼ି ପଛ ପଟରେ ବାନ୍ଧି ଘୋଷାଡ଼ି ଘୋଷାଡ଼ି ନେବା ଭଳି ହୃଦୟବିଦାରକ ଦୃଶ୍ୟ ଗଞ୍ଜାମ ଜିଲାର ଛତ୍ରପୁର ଠାରେ ଦେଖିବାକୁ ମିଳିଛି। ଏହି ଘଟଣାରେ ଦୁଇଜଣ ନିଲମ୍ବିତ ମଧ୍ୟ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ୧୬ ନମ୍ବର ଜାତୀୟ ରାଜପଥର ଛତ୍ରପୁର ଠାରେ ସୋମବାର ଏକ ଅଜଣା ଗାଡ଼ି ଧକ୍କାରେ ଗୋଟିଏ ଗାଈର ମୃତ୍ୟୁ ହୋଇଥିଲା। ଗାଈର ଶବ ରାଜପଥ ଉପରେ ପଡ଼ି ରହିଥିଲା। ଯାତାୟାତରେ ଅସୁବିଧା ହେଲା। ଖବର ପାଇଁ ସୋମପାର ପୂର୍ବାହ୍ନରେ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍‌ଏଚଏଆଇ)ର ହାଇୱେ ପାଟ୍ରୋଲିଂ ଗାଡ଼ି ପହଞ୍ଚିଥିଲା। ପାଟ୍ରୋଲିଂ ଗାଡ଼ିର ପଛପଟରେ ଏକ ଦୌଡ଼ିରେ ଗାଈର ଶବକୁ ବାନ୍ଧି ଦେଇଥିଲେ। ରାଜପଥରେ ଘୋଷାଡ଼ି ଘୋଷାଡ଼ି ନେଇଥିଲେ। ଏନେଇ ଏକ ଭିଡ଼ିଓ ଭାଇରାଲ୍‌ ହୋଇଥିଲା। କେତେକ ସଂଗଠନ ତରଫରୁ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଥିଲା। ବିବାଦ ବଢ଼ୁଥିବା ଦେଖିବା ପରେ ଏନଏଚଏଆଇ ତରଫରୁ ଉକ୍ତ ଗାଡ଼ିର ଚାଳକ ଏବଂ ସୁପରଭାଇଜରଙ୍କୁ ବହିଷ୍କୃତ କରାଯାଇଛି। ଏଭଳି ଘଟଣାର ପୁନରାବୃତ୍ତି ହେବ ନାହିଁ ବୋଲି ଏନଏଚଏଆଇ ତରଫରୁ କୁହାଯାଇଛି।

Leave A Reply

Your email address will not be published.