Latest Odisha News

BREAKING NEWS

୨୩ରେ ଅନୁଷ୍ଠିତ ହେବ ଓଡ଼ିଶୀ ଆସର

ଭୁବନେଶ୍ୱର : ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଓଡ଼ିଶୀ ଆସର ୨୩ ମାର୍ଚ୍ଚରେ କେନ୍ଦ୍ର ପରିସରରେ ଥିବା ଉତ୍କଳ ରଙ୍ଗମଞ୍ଚରେ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ଅବସରରେ ଗାୟନ, ବାଦନ ସହିତ ସାତଜଣ ବିଶିଷ୍ଟ ଗୁରୁ ମାନଙ୍କ ଦ୍ୱାରା ୧୬ ବର୍ଷରୁ କମ ନବାଗତ ଓଡ଼ିଶୀ କଣ୍ଠଶିଳ୍ପୀ ମାନଙ୍କର ଗାୟନର ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଏହି କାର୍ଯ୍ୟକ୍ରମରେ ପଣ୍ଡିତ ଡକ୍ଟର ଦାମୋଦର ହୋତା , ଗୁରୁ ସଂଗୀତା ପଣ୍ଡା, ଗୁରୁ ନିମାକାନ୍ତ ରାଉତରାୟ ଗାୟନରେ ଏବଂ ମୁରଲୀଧର ସ୍ୱାଇଁ ମର୍ଦ୍ଦଳ ବାଦନରେ ଯୋଗଦେବେ ବୋଲି ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ଡକ୍ଟର ସଂଗୀତା ଗୋସାଇଁ ସୂଚନା ଦେଇଛନ୍ତି।

Leave A Reply

Your email address will not be published.