Latest Odisha News

BREAKING NEWS

ତାହିର ଦିଲ୍ଲୀ ହିଂସାର ମାଷ୍ଟରମାଇଣ୍ଡ, କ୍ରାଇମବ୍ରାଂଚର ଚାର୍ଜସିଟ ଦାଖଲ

ନୂଆଦିଲ୍ଲୀ: ଦିଲ୍ଲୀରେ ସିଏଏ ଓ ଏନଆରସି ବିରୋଧରେ ହୋଇଥିବା ହିଂସା ଘଟଣାରେ କ୍ରାଇମବ୍ରାଂଚ ଆମ ଆଦମୀ ପାର୍ଟିର ପୂର୍ବତନ ପାର୍ଷଦ ତାହିର ହୁସେନକୁ ମାଷ୍ଟର ମାଇଣ୍ଡ ବିବେଚନା କରିଛି । ଏଥିନେଇ କଡକଡଡୁମା କୋର୍ଟରେ ଚାର୍ଜସିଟ ଦାଖଲ କରାଯାଇଛି । ଏହି ହିଂସାରେ ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଥିଲା ।

ପୋଲିସ ସମ୍ପୃକ୍ତ ଘଟଣାରେ ତାହିରଙ୍କ ଭାଇ ଶାହ ଆଲାମଙ୍କ ସମେତ ଆଉ ୧୫ ଜଣଙ୍କୁ ମଧ୍ୟ ଗିରଫ କରିଛି । ତାହିର ଛାତ ଉପରେ ରହିବା ସହ ଲୋକମାନଙ୍କୁ ହିସା ପାଇଁ ଉସୁକାଇଥିଲା । ଏପରିକି ସେ ନିଜର ଲାଇସେନ୍ସ ପିସ୍ତଲକୁ ମଧ୍ୟ ଦଙ୍ଗା ସମୟରେ ବ୍ୟବହାର କରିଥିଲା । ଯାହାକୁ ପୋଲିସ ଜବତ କରିଛି ।

Leave A Reply

Your email address will not be published.