ବାଲେଶ୍ୱର: ବ୍ରାଉନସୁଗର କାରବାରର ଲିଙ୍କ ଲାଇନ୍ ପାଲଟିଛି ବାଲେଶ୍ୱର ଜିଲ୍ଲା । କୋଲକାତାରୁ ଚାଲାଣ ବେଳେ ବାଲେଶ୍ୱରରୁ ପୁଣି ଜବତ ହୋଇଛି କୋଟିଏରୁ ଅଧିକ ଟଙ୍କାର ଧଳା ଜହର । ବାଲେଶ୍ୱର ଲକ୍ଷ୍ମଣନାଥ ତନଖି ଫାଟକ ନିକଟରୁ ଜବତ ହୋଇଛି ଦେଢ଼ କେଜିର ବ୍ରାଉନସୁଗର । କ୍ରାଇମବ୍ରାଞ୍ଚ ଏସଟିଏଫ୍ ୧ କେଜି ୫୩୦ ଗ୍ରାମ୍ ବ୍ରାଉନସୁଗର ଜବତ କରିଛି ।
ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ତା ନାଁ ଶେଖ ମୁନାଫ ହୁସେନ୍ ଓ ଘର ଜଳେଶ୍ୱର ଥାନା ଅନ୍ତର୍ଗତ ଝାଡେଶ୍ୱରପୁର ଗାଁରେ । ବିଶେଷ ସୂତ୍ରରୁ ଖବର ପାଇଁ ଲକ୍ଷ୍ଣଣାନାଥ ତନଖି ଫାଟକ ନିକଟରେ ଡେରା ପକାଇଥିଲା ଏସଟିଏଫ୍ । ଚଢ଼ାଉ ବେଳେ କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗର ମିଳିଥିଲା । ଗିରଫ ଯୁବକଙ୍କୁ ପଚରାଉଚରା ଚାଲିଛି । ରାଜ୍ୟର କେଉଁ ସବୁ ଜିଲ୍ଲାକୁ ଚାଲାଣ ହେଉଥିଲା ? କେଉଁଠୁ ଆଣୁଥିଲେ ? କିଏ ଏହାର ମାଷ୍ଟରମାଇଣ୍ଡ ? ବ୍ରାଉନସୁଗର ରାକେଟରେ ଆଉ କିଏ ସବୁ ସଂପୃକ୍ତ ଅଛନ୍ତି ? ଏସବୁ ଦିଗରେ ଖୋଳତାଡ ଚଳାଇଛି ଏସଟିଏଫ୍ ।
BREAKING NEWS
- ‘ମାଛି ଜନତା ପାର୍ଟି’ର ଆବିର୍ଭାବ: CJP ସହିତ ବୁଝାମଣା ପାଇଁ ଆଲୋଚନା
- ୪ର୍ଥ ଟି୨୦ରେ ୱେଷ୍ଟଇଣ୍ଡିଜ ବିଜୟୀ : ସିରିଜ ୨-୨ ରୋମାଂଚକ ସ୍ଥିତିରେ
- Mohan Majhi Targets BJD:ଶିଳ୍ପାୟନ ଓ ନିଯୁକ୍ତି ନେଇ ତେଜିଲା ରାଜନୀତି; ମୁହାଁମୁହିଁ ନବୀନ-ମୋହନ
- ଓପିଏସ କଲେଜକୁ ସାଇନ ଏ ଡାଏ ଘୋଷଣା;ଛାତ୍ର ସଂସଦ ନିର୍ବାଚନ ହେଲା ବାତିଲ
- ଜାତୀୟ ରାଜପଥରେ ସିରିଜ୍ ଦୁର୍ଘଟଣା;୨ ମୃତ, ୮ରୁ ଅଧିକ ଗୁରୁତର
- ରାଷ୍ଟ୍ରପତି ଭବନରେ ହୋଇପାରେ “ରାମାୟଣ ପାର୍ଟ ୧”ର ପ୍ରିମିୟର…
- ଦଶହରାରେ ଏହି ଡମ୍ପିଂ ୟାର୍ଡକୁ ଅଳିଆ ଗାଡ଼ି ବନ୍ଦ ଦାବି, ନଚେତ୍ ଅନଶନ…
- ଇମ୍ଫାର କଳିଙ୍ଗ ନଗର ଗ୍ରୀନଫିଲ୍ଡ ପ୍ରକଳ୍ପ ଉଦଘାଟିତ କଲେ ମୁଖ୍ୟମନ୍ତ୍ରୀ
- ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକଙ୍କ ତାଲିକାରେ ସୋଆର ୩୮ ଗବେଷକ ସ୍ଥାନିତ
- ରଣଜୀ ଟ୍ରଫି: ଗୁଜରାଟଠାରୁ ବଡ଼ ବ୍ୟବଧାନରେ ହାରିଲା ଓଡ଼ିଶା

Comments are closed.