Latest Odisha News

BREAKING NEWS

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା , ଶର୍ମିଷ୍ଠାଙ୍କୁ ଖୋଜିବାକୁ ବାହାରିଲା କ୍ରାଇମବ୍ରାଞ୍ଚ ଟିମ୍

ଭଦ୍ରକ : ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା। କ୍ରାଇମବ୍ରାଞ୍ଚର ଏକ ୫ ଜଣିଆ ଟିମ୍ ଭଦ୍ରକ ଏସପି କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଟିମରେ ଡିଏସପି କଳ୍ପନା ସାହୁ , ଇନିସ୍ପେକ୍ଟର ବିଶ୍ୱ ପ୍ରକାଶ ଦାସ , ସବଇନ୍ସପେକ୍ଟର  ଅବଧୁତ ବାରିକଙ୍କ ସହିତ ଏସଆଇ ତନୁଶ୍ରୀ ନାୟକ , ଆଶୁତୋଷ ପ୍ରଧାନ ରହିଛନ୍ତି । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଲୁଚିଥିବା ସ୍ଥାନରେ ରେଡ କରିବ କ୍ରାଇମବ୍ରାଞ୍ଚ ।

କ୍ୟାମାରେମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଠାବ କରିବାରେ ବିଫଳ ହୋଇଛି ପୋଲିସ । ସେନେଇ ଏହି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ଘଟଣାର ଖୁଲାସା ପାଇଁ ଦୁଇଟି ଟିମ ଗଠନ ହୋଇଛି ଚାନ୍ଦବାଲି ପୋଲିସ ଠାରୁ ପୁରା ତଥ୍ୟ ନେଇ ତଦନ୍ତଙ୍କୁ ଆଗକୁ ବଢାଉଛି କ୍ରାଇମବ୍ରାଞ୍ଚ ।

ଏହି ଟିମରେ କ୍ରାଇମବ୍ରାଞ୍ଚର ୯ ଜଣ ଅଫିସର ସାମିଲ ହୋଇଛନ୍ତି । ଜୋରରେ ଚର୍ଚ୍ଚା ହେଉଛି ଶର୍ମିଷ୍ଠା ଏବେ ପଶ୍ଚିମବଙ୍ଗରେ ଲୁଚିଛନ୍ତି । ତେଣୁ କୋଲକାତା ମୁହାଁ ହୋଇଛି କ୍ରାଇମବ୍ରାଞ୍ଚ ଟିମ୍ ।

Leave A Reply

Your email address will not be published.